ସମ୍ବାଦିକ ମାନଙ୍କୁ ପେନସନ ଓ ଭତ୍ତା ଦେବା ପାଇଁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ନିବେଦନ କଲେ ପଦ୍ମପୁର ସାମ୍ବାଦିକ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚମ ଲୋକ ମହୋତ୍ସବର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିବା ଓଡିଶାର ଯୁବ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ଥିବା ସାମ୍ବାଦିକ ମାନଙ୍କୁ ଶେଷ ରଜନୀରେ ସମ୍ମାନିତ କରିଥିଲେ । ଏହି ସମୟରେ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ବଡ଼ ଶତପଥିଙ୍କ ସହ ଅନ୍ୟ ସାମ୍ବାଦିକମାନେ ମନ୍ତ୍ରୀ ସୁରଜଙ୍କୁ ଓଡିଶାର ସମସ୍ତ ସାମ୍ବାଦିକ ମାନଙ୍କୁ ସରକାର ବିଚାର କରି ଉପଯୁକ୍ତ ପେନସନ ଓ ଭତ୍ତା ଦେବା ପାଇଁ ଅନୁରୋଧ କରିଥିଲେ । ମନ୍ତ୍ରୀ ଶ୍ରୀ ସୁରଜ ଆପଣଙ୍କ ଅଭିଯୋଗ ଯଥାର୍ଥ ଅଟେ, ମୁଁ ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବି ବୋଲି ଆଶ୍ଵାସନା ଦେଇଥିଲେ । ଏହି ସମୟରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ଅନ୍ୟାନ୍ୟ ବରେଣ୍ୟ ଅତିଥିମାନେ ମଧ୍ୟ ଉପସ୍ଥିତ ଥିଲେ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଆଶ୍ଵାସନା ବାଣୀ ଶୁଣି ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକମାନେ ଖୁସିବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.