ଭୂତକୋଠି ପାଲଟିଛି ୧୦୦ ଶଯ୍ୟା ବିଶିଷ୍ଟ ଏସ୍‌ସି, ଏସ୍‌ଟି ଛାତ୍ରୀ ନିବାସ

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ଆଇସିଡିଏସ୍ ସାମ୍ନାରେ ଆଜକୁ ୯ବର୍ଷ ହେଲା ୧୦୦ ଶଯ୍ୟା ବିଶିଷ୍ଟ ଏସ୍‌ସି, ଏସ୍‌ଟି ଛାତ୍ରୀ ନିବାସ ନିର୍ମାଣ ହୋଇ ଭୁତକୋଠି ପାଲଟିଛି । ଯାହାଫଳରେ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ହେଲେ ପ୍ରଶାସନର ନଜର ଅଛି ନା ସରକାରଙ୍କ ନଜର ଅଛି । ନୂଆପଡା ସିନାପାଲିରୁ ଦେଖିବା ଏହି ରିପୋର୍ଟ । ସରକାର ଗରିବ ନିରିହ ଏସ୍‌ସି, ଏସ୍‌ଟି ଛାତ୍ରୀ ମାନଙ୍କ ଶିକ୍ଷାର ବିକାଶ ନିମନ୍ତେ ଅନେକ ପ୍ରକାରର ପଦକ୍ଷେପ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀ କର୍ମଚାରୀ ମାନଙ୍କ ଖାମଖିଆଲି ମନୋଭାବ ପାଇଁ ଶିକ୍ଷାର ବିକାଶ ଆଗେଇ ପାରୁନାହିଁ । ସରକାର ଏହି ଏସ୍‌ସି, ଏସ୍‌ଟି ଛାତ୍ରୀ ମାନଙ୍କ ପାଇଁ ରହିବା, ଖାଇବା ଓ ପାଠପଢିବା ତଥା ସମସ୍ତ ପ୍ରକାରର ସୁବିଧା କରୁଛନ୍ତି । ହେଲେ କିଛି ଦୁର୍ନିତୀଖୋର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସେହି ସରକାରୀ ସୁବିଧା ପାଇବାରୁ ଛାତ୍ରୀମାନେ ବଞ୍ଚିତ ରହୁଛନ୍ତି । ପ୍ରକାଶ ଯେ, ସିନାପାଲି ବ୍ଲକ ଆଇସିଡିଏସ୍ ସାମ୍ନାରେ ଦୀର୍ଘ ବର୍ଷ ହେଲା ୧ଶହ ଶଯ୍ୟା ବିଶିଷ୍ଟ ଏସ୍‌ସି, ଏସ୍‌ଟି ଛାତ୍ରୀ ନିବାସ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଛି । ହେଲେ ଠିକାଦାରଙ୍କ କିଛି ବିଲ୍ ଟଙ୍କା ରହି ଯାଇଥିବାରୁ ଏଯାଏଁ ଏହି ନିବାସ ପ୍ରଶାସନକୁ ହସ୍ତାନ୍ତର କରାଯାଇନାହିଁ । ଯାହାଫଳରେ ଏଠାରେ ରହି ପାଠ ପଢୁଥିବା ଛାତ୍ରୀମାନେ ଅନ୍ୟ ଏକ ସରକାରୀ ବିଲ୍ଡିଂରେ ରହି ଶିକ୍ଷାଦାନ କରୁଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରାପ୍ତ ଖବର ଅନୁସାରେ ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ ରହି ପାଠ ପଢୁଛନ୍ତି । ଏହି ଏସ୍‌ସି, ଏସ୍‌ଟି ଛାତ୍ରୀ ନିବାସ ୫୦ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିଲା । ହେଲେ ସେହି ଟଙ୍କା ଭିତରୁ କେବଳ ମାତ୍ର ୭ ଲକ୍ଷ୍ୟ ଟଙ୍କା ଠିକାଦାରଙ୍କୁ ଆଜି ପର୍ଯ୍ୟନ୍ତ ମିଳିନାହିଁ । ଯାହାଫଳ ଆଜି ବି ଏହି ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ ଛାତ୍ରୀ ନିବାସ ଭୂତକୋଠି ପାଲଟି ଯାଇଛି । ଏଭଳି ବିଲ୍ଡିଂ ସମସ୍ୟା ରହିଥିବାରୁ ଛାତ୍ରୀ ମାନେ ଅସୁବିଧାର ସମ୍ମୁଖିନ ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏନେଇ ସିନାପାଲି ବିଡିଓଙ୍କୁ ପଚାରିବାରୁ ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିବା ଜଣାପଡ଼ିଛି । ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୁଷ୍ଟିଦେଇ ଉଚିତ୍ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.