jayashree

ଇନଭଟରରୁ ନିଆଁ ଲାଗି ପୋଡିଗଲା ଟଙ୍କା

ନୀଳଗିରି : ନୀଳଗିରି ଏନ୍‌ଏସି ଅଫିସ ସମ୍ମୁଖରେ ଥିବା ଏକ ମୋଦିକେୟାର ସେଣ୍ଟରରେ ନିଆଁ ଲାଗି ବ୍ୟାପକ ସାମଗ୍ରୀ ସହ ୫୦ ହଜାର ଟଙ୍କା ପୋଡି ଯାଇଛି । ମଙ୍ଗଳବାର ସକାଳେ ସେଣ୍ଟରରୁ ଧୂଆଁ ବାହାରୁଥିବା ଦେଖି ମାଲିକ ଧବଳେଶ୍ୱର ନନ୍ଦ ସଟର ଖୋଲିଥିଲେ । ଦେଖିବା ବେଳକୁ ଇନଭଟରରୁ ନିଆଁ ଲାଗିଥିବା ବେଳେ ବ୍ୟାଟେରୀ ମଧ୍ୟ ଫାଟି ପୋଡି ଯାଇଥିବା ଦେଖୁବାକୁ ମିଳିଛି । ପାର୍ଶ୍ୱରେ ଥିବା ୫୦ ହଜାର ଟଙ୍କା ଓ ମୋଦିକେୟାରର ବିଭିନ୍ନ ସାମଗ୍ରୀ ପୋଡି ଯାଇଥିବା ଜଣାପଡିଛି । ନୀଳଗିରି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।

Leave A Reply

Your email address will not be published.