centurian jitm

ଷ୍ଟେସନରେ ଛିଡା ହୋଇଥିବା ଟ୍ରେନ୍‌ର ଇଞ୍ଜିନରେ ଲାଗିଗଲା ନିଆଁ

nschool

ଝାରୁସୁଗୁଡା : ବ୍ରଜରାଜନଗର ଷ୍ଟେସନରେ ଛିଡା ହୋଇଥିବା ଟ୍ରେନରେ ଲାଗିଗଲା ନିଆଁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ହେଲେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ମହାରାଷ୍ଚ୍ରର ଗୋନ୍ଦିଆରୁ ଆସିଥିଲା ଏହି ଟ୍ରେନ । ବ୍ରଜରାଜନଗର ଷ୍ଟେସନରେ ଆସି ପ୍ରାୟ ରାତି ୮ଟାରେ ପହଞ୍ଚିଥିଲା ଏହି ପାସେଞ୍ଜର ଟ୍ରେନ । ତେବେ ତିନି ନମ୍ବର ପ୍ଲାଟଫର୍ମରେ ଛିଡା ହୋଇଥିବା ବେଳେ ହଠାତ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଏହାପରେ ଟ୍ରେନର ଲୋକପାଇଲଟ ନିଆଁ ଲାଗିଥିବା ନେଇ ଦେଖିବାକୁ ପାଇଥିଲେ । ସଙ୍ଗେସଙ୍ଗେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ପରେ ଦମକଳ ଟିମ୍ ଆସି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି । ନିଆଁ ଲାଗିବାର କାରଣ ଜଣାପଡି ନାହିଁ ।

Leave A Reply

Your email address will not be published.