ଉହ୍ମେଇ ନିଆଁ ଜାଳି ଦେଲା ବୃଦ୍ଧାଙ୍କୁ

କୋକସରା : କୋକସରା ଥାନା ଜୟନ୍ତପୁର ପଞ୍ଚାୟତ ରଇନଗୁଡା ଗାଁରେ ଉହ୍ମେଇ ନିଆଁରେ ପୋଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ମୃତ ବୃଦ୍ଧା ଜଣକ ହେଲେ ଗାଁର ସୁନ୍ଦରେ ମାଝୀ(୮୪) । ଶୀତ ହେଉଥିବା କାରଣରୁ ଖଟ ତଳେ ଉହ୍ମେଇ ନିଆଁ ରଖି ସେ ଶୋଇ ପଡିଥିବା ବେଳେ କୌଣସି କାରଣରୁ ନିଆଁ ବଢିଯାଇ ସେ ଜୀବନ୍ତ ଦଗ୍ଧ ହୋଇଯାଇ ଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି କରିଛି ।

Leave A Reply

Your email address will not be published.