ନିଆଁରେ ପୋଡ଼ି ହୋଇ ସ୍ତ୍ରୀ ମୃତ, ଗୁରୁତର ଅବସ୍ଥାରେ ସ୍ୱାମୀ ହସ୍ପିଟାଲରେ ଭର୍ତ୍ତି

କେନ୍ଦ୍ରାପଡ଼ା : ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରଡପଲ୍ଲୀ ଗାଁରେ ଅଭାବନୀୟ ଘଟଣା ଘଟିଛି । ଘର ଭିତରେ ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଦମ୍ପତି ଉଦ୍ଧାର ହୋଇ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ଆଖି ବୁଜିଥିବା ବେଳେ ଗୁରୁତର ସ୍ୱାମୀଙ୍କର ଚିକିତ୍ସା ଚାଲିଛି । କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ଏହାର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.