oum

ପ୍ରଫେସର ଏନ୍‌.ନାଗାରାଜୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ନେଲେ : ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଦାବୀପତ୍ର ପ୍ରଦାନ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ମଧ୍ୟରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅନ୍ୟତମ ହୋଇଥିବା ବେଳେ ଏହାର ନୂତନ କୁଳପତି ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଫେସର ଏନ୍‌. ନାଗାରାଜୁ । ତେବେ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ତାଙ୍କୁ ସ୍ୱାଗତ ଜଣାଯାଇଛି । ଏହାସହ ଛାତ୍ର କଂଗ୍ରେସରେ ଏକ ପ୍ରତିନିଧି ଦଳ ତାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । ଦାବୀପତ୍ରରେ ରହିଥିବା ଦାବୀଗୁଡ଼ିକ ମଧ୍ୟରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏକ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟ ଭାବେ ଚାଲିବା, ଖାଲି ପଡ଼ିଥିବା ଟିଚିଂ ଓ ନନ୍‌ ଟିଚିଂ ପଦବୀ ପୂରଣ କରିବା ସହ କଂପ୍ୟୁଟର ସାଇନ୍ସ, ଏଜୁକେସନ୍‌, ଜୋଗ୍‌ରାଫି, ଫିଲୋସଫି, ଷ୍ଟାଟିଷ୍ଟିକ୍‌ ଭଳି ବିଷୟରେ ଯଥାଶୀଘ୍ର ପିଜି ପାଠ୍ୟକ୍ରମ ଆରମ୍ଭ କରିବା ଆଦି ସାମିଲ୍‌ ରହିଛି । ଛାତ୍ର କଂଗ୍ରେସ ପକ୍ଷରୁ ଅଂଚଲ ପଣ୍ଡା, ଶୁଭେନ୍ଦୁ କୁମାର ସାହୁ, ସୁମିତ ପଟ୍ଟନାୟକ ଓ ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ନୂତନ କୁଳପତିଙ୍କୁ ଭେଟିଛନ୍ତି । ତେବେ ଆଗାମୀ ସମୟରେ କୁଳପତି ପ୍ରଫେସର ଏନ୍‌.ନାଗାରାଜୁଙ୍କ ପ୍ରଶାସନରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସର୍ବାଙ୍ଗ ଉନ୍ନତି ସାଧନ ହୋଇ ପାରିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଆଶା କରାଯାଇଛି ।

Leave A Reply

Your email address will not be published.