oom

ଅଗଷ୍ଟ ମାସ ପାଇଁ ଜାରି ହେଲା ନୂତନ ଗାଇଡ୍‌ ଲାଇନ୍‌ : କଟକଣାରେ ସାମାନ୍ୟ କୋହଳ

jsmm
  • ଭୁବନେଶ୍ୱର, କଟକ ଏବଂ ପୁରୀ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍
  • ସମଗ୍ର ରାଜ୍ୟରେ ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଅଗଷ୍ଟ ମାସ ପାଇଁ ନୂତନ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି । ତେବେ ରାଜ୍ୟରେ କରୋନା ସ୍ଥିତିକୁ ଆଖି ଆଗରେ ରଖି ପୂର୍ବ ଗାଇଡ୍‌ ଲାଇନ୍‌ ଅପେକ୍ଷା ଏହି ଗାଇଡ୍‌ ଲାଇନ୍‌ରେ ରାଜ୍ୟ ସରକାର କଟକଣାରେ ସାମାନ୍ୟ କୋହଳ କରିଛନ୍ତି । ତେବେ ଆସନ୍ତୁ ଜାଣିବା ନୂତନ ଗାଇଡ୍‌ ଲାଇନ୍‌ରେ କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ ।

ରାତି ୮ରୁ ସକାଳ ୬ ଯାଏ ନାଇଟ୍ କର୍ଫ୍ୟୁ ରାଜ୍ୟରେ ଜାରି ରହିବ । କଟକ, ଭୁବନେଶ୍ୱରରେ ଏବଂ ପୁରୀରେ ସପ୍ତାହନ୍ତ ସଟ୍‌ଡାଉନ୍‌ ଜାରି ରହିବ । ସମସ୍ତ ଧାର୍ମିକ, ରାଜନୈତିକ ଏବଂ ସାମାଜିକ ସମାବେଶକୁ ମନା କରାଯାଇଥିବା ବେଳେ ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ, ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବକୁ ମଧ୍ୟ ବାରଣ କରାଯାଇଛି ।

ଗାଇଡ଼୍‌ ଲାଇନ୍‌ରେ କୁହାଯାଇଛି ସକାଳ ୬ରୁ ରାତି ୮ ଯାଏ ସବୁ ଖୋଲା ରହିବ । ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍‌ ଖୋଲିବ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲି ପାରିବ ଅପେରା । ପାର୍କ, ମଲ୍, ସମୁଦ୍ର କୂଳ ଖୋଲିବ । ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ । ରେଷ୍ଟୁରାଣ୍ଟ ଖୋଲିବ । ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇପାରିବେ । ଧାର୍ମିକ ସ୍ଥଳ ଖୋଲରହିବ, କିନ୍ତୁ ଭୋଗ ନେଇ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ । ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି ଦିଆଯାଇଥିବା ବେଳେ ମୀନା ବଜାର ଖୋଲା ଯାଇପାରିବ । ସରକାରୀ-ବେସରକାରୀ ସୁଇମିଂ ପୁଲ୍‌ ଖୋଲିବ । ମ୍ୟୁଜିୟମ, ନନ୍ଦନକାନନ, ସାପ୍ତାହିକ ହାଟ ଖୋଲା ରହିବ । ବସ୍‌ରେ ଯେତିକି ସିଟ୍‌ ରହିଛି, ସେତିକି ଯାତ୍ରୀଙ୍କୁ ନେଇ ଜାରି ରହିବ ବସ୍‌ ଚଳାଚଳ ।

jittmm
Leave A Reply

Your email address will not be published.