ନେପାଲ ଗଲା କିଟ୍‌ ଛାତ୍ରୀଙ୍କ ମୃତଦେହ :

ଭୁବନେଶ୍ୱର : କିଟ ଛାତ୍ରୀ ମୃତ୍ୟୁ ମାମଲା ମୃତ ଛାତ୍ରୀ ପ୍ରକୃତି ଲାମସାଲଙ୍କ ପରିବାର ଲୋକଙ୍କୁ AIIMS ରେ ପୋଷ୍ଟମୋର୍ଟମ ପରେ ମୃତଦେହ ହସ୍ତାନ୍ତର କରାଯାଇଛି । ବିଳମ୍ବିତ ରାତିରେ ପରିବାର ଲୋକେ ଝିଅର ମୃତଦେହ ନେପାଳ ନେଇଯାଇଛନ୍ତି । ସେପଟେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗରେ ତୀବ୍ର ହେଉଛି ଆନ୍ଦୋଳନ । ନବ ନିର୍ମାଣ ଛାତ୍ର ସଙ୍ଗଠନ ଅନଶନରେ ବସିଛି । କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅନଶନକାରୀଙ୍କ ସହ ଆଲୋଚନା କରି ଦାବିପତ୍ର ନେଇଛନ୍ତି ।୯୦ ପ୍ରତିଶତ ନେପାଳୀ ଛାତ୍ରଛାତ୍ରୀ ଘରକୁ ପଳାଇଛନ୍ତି । ଏବେ କ୍ୟାମ୍ପସ୍ ଫେରିବାକୁ ମୋବାଇଲ୍ ଯୋଗେ ଅଣ୍ଡରଟେକିଂ ମାଗୁଛନ୍ତି । ସେ ପିଟିସନରେ ଦର୍ଶାଇଛନ୍ତି ‘ଅତିଥି ଦେବୋ ଭବ’ ହେଉଛି ଆମ ଦେଶର ଐତିହ୍ୟ ।ନେପାଳ ଆମର ଉତ୍ତମ ପଡ଼ୋଶୀ ବନ୍ଧୁ ଭାବେ ପରିଚିତ । କିନ୍ତୁ କିଟ୍‌ ଶିକ୍ଷାନୁଷ୍ଠାନର ମୁଖ୍ୟ ଅଚ୍ୟୁତ ସାମନ୍ତ ଏବଂ ତାଙ୍କର ଗୁଣ୍ଡା ବାହିନୀ ଏହାକୁ ଭ୍ରୁକ୍ଷେପ ନ କରି ନୀଚ୍ଚ କାଣ୍ଡ କରିଛନ୍ତି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ବଦଳରେ କମିଶନରେଟ ପୁଲିସ ଚୁପ୍‌ ବସିଛି । ଯାହାକି କିଟ୍‌ କର୍ତ୍ତୃପକ୍ଷଙ୍କ ଦାଦାଗିରିକୁ ପ୍ରୋତ୍ସାହନ ଦେଉଛି । ତୁରନ୍ତ ଏହାର ନିରପେକ୍ଷ ତଦନ୍ତ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପିଟିସନ ଜରିଆରେ ସେ ଦାବି କରିଛନ୍ତି । ଏହାସହ ମୃତ ଛାତ୍ରୀଙ୍କ ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ ଆୟୋଗ ଅଧ୍ୟକ୍ଷଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.