ppurohit

ବରଗଡ଼ ବିକାଶର ନିଟ୍ ଏଚିଭରଙ୍କୁ ସମର୍ଦ୍ଧନା ଏବଂ ‘ମିଟ୍ ଦ ପ୍ରେସ’

2nd

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବରାହଗୋଡା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନ ସମୁହର ନିଟ୍‌ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କ ସମର୍ଦ୍ଧନା ସଭା ଅନୁଷ୍ଠାନର ସମ୍ମିଳନୀ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଶିଶିର କୁମାର ରାଉଳଙ୍କ ଦ୍ୱରା ପରିଚାଳିତ ଏହି ଏଚିଭର ମିଟ୍ ୨୦୨୧ର ଛାତ୍ରଛାତ୍ରୀମାନଙ୍କ ସଫଳତା ବିଷୟରେ ଉପାଧ୍ୟକ୍ଷ ଚିତ୍ତରଞ୍ଜନ ପତି ଉପସ୍ଥିତ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଥିଲେ । ସମର୍ଦ୍ଧନା ସଭାରେ ବିକାଶ ଗ୍ରୁପର ଅଧ୍ୟକ୍ଷ ଡି. ମୂରଲୀ କ୍ରିଷ୍ଣା ୨୦୨୧ର ସମ୍ପୁର୍ଣ୍ଣ ଶୈକ୍ଷିକ ଉପଲବ୍ଧି ଉପରେ ଆଲୋକପାତ କରିଥିଲେ । ଛାତ୍ର ଛାତ୍ରୀମାନଙ୍କର କଠିନ ପରିଶ୍ରମ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ନିରନ୍ତର ଉଦ୍ୟମ ଏବଂ ବିକାଶର ଉଚ୍ଚମାନର ଶିକ୍ଷା ବ୍ୟବସ୍ଥା ସଫଳତାର କାରଣ ବୋଲି କହିଥିଲେ । ଏ ସମ୍ପର୍କରେ ସମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ ଯେ, ସିଏଚ୍‌ଏସ୍‌ଇ ତଥା ନିଟ୍‌ରେ ସର୍ବଭାରତୀୟ ୨୭ତମ ରେଙ୍କ ରଖିଥିବା ସନାତନ ସତନାମୀ ପରି ପ୍ରତିଭା ଚିହ୍ନିତ କରି ବିକାଶ ମ୍ୟାନେଜମେଣ୍ଟର ଦୃଷ୍ଟିକୁ ଆଣିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ଏପରି ପ୍ରତିଭାମାନଙ୍କୁ ଚିହ୍ନିତ କଲେ ବିକାଶ ସଦାସର୍ବଦା ସହଯୋଗର ହାତ ବଢାଇବ ବୋଲି କହିଥିଲେ । ବିକାଶ ଗ୍ରୁପ୍‌ର କାର୍ଯ୍ୟ ନିର୍ବାହ ନିର୍ଦ୍ଦେଶକ ଡି. ନାଗେଶ୍ଵର ରାଓ ଛାତ୍ରଛାତ୍ରୀମାନଙ୍କ ସଫଳତାରେ ସମସ୍ତଙ୍କୁ ପ୍ରଶପ୍ସସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏକାଡେମୀ ନିର୍ଦ୍ଦେଶକ ଜି ରାମକୃଷ୍ଣ, ନିର୍ଦ୍ଦେଶକ ଡ଼ଃ ସମରେନ୍ଦ୍ର ପଣ୍ଡା, ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ମୁରାରି ପ୍ରସାଦ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସମର୍ଦ୍ଧନା ଉତ୍ସବରେ ସନାତନ ସତନାମୀ, (ଏସସି ୨୭)ରେଙ୍କ୍, ଅଦ୍ଵୈତ କୁମାର ଦାଶ, ରେବତୀ ରଞ୍ଜନ ବେହେରା, କରନ ସାହୁ, ଶୁଭଙ୍କର ପାତ୍ର, ଦେବ ଦର୍ଶନ ପାଢ଼ୀ, ଦେବ ଶିଭମ ମିଶ୍ର, ନମୀରା ବାନୁ, ସଂକଳ୍ପ ମେହେର, କେ ଶ୍ୱେତା ସଂଯୁକ୍ତା, ଅମ୍ଲାନ ଜ୍ୟୋତି ସୁପକାର, ଆୟୁଷ ଦାଶ, ସତ୍ୟ ପ୍ରଜ୍ଞା ଜିଉ, ସତ୍ ଦୀପନ ଚାନ୍ଦିନୀ, ସୁରଜ୍ ପଟେଲ, ବିଶାଳ ସାହୁ, ଗୌତମ କବୀର ମେ‌ହେର, ବଜରଙ୍ଗ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.