ମନୋରଞ୍ଜନ ଦାସଙ୍କ ରଚିତ ୫ ଟି ଏକାଙ୍କିକାକୁ ନେଇ ନାଟ୍ୟାୟନ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ପୁରୋଧା ମନୋରଞ୍ଜନ ଦାସଙ୍କ ରଚିତ ୫ ଟି ଏକାଙ୍କିକାକୁ ନେଇ ଆରମ୍ଭ ହୋଇଛି ନାଟ୍ୟାୟନ କାର୍ଯ୍ୟକ୍ରମ । ଏହା ପୁରୁଷ ଏବଂ ନାରୀର ବିଭିନ୍ନ ରୂପ ସ୍ୱରୂପ ତଥା ସଂପର୍କକୁ ନେଇ ରୂପାୟିତ ହୋଇଛି ।

ବିଶ୍ୱାସ, ଅବିଶ୍ୱାସ, ପ୍ରେମ, ପ୍ରତାରଣାର ରଙ୍ଗରେ ବୋଳି ହୋଇଥିବା ସମସ୍ତ ଚରିତ୍ର ପ୍ରାଣବନ୍ତ ହୋଇଉଠିଥିଲେ । ବୟସରେ ଅନେକ ଛୋଟ ଏହି କୁନି କଳାକାର ମାନେ ବର୍ତ୍ତମାନ ଅଭିନୟ ଶିକ୍ଷା କରୁଛନ୍ତି । ହେଲେ ସେମାନଙ୍କର ନିଖୁଣ ଅଭିନୟରେ ଦର୍ଶକମାନଙ୍କୁ ବିମୋହିତ କରିଥିଲେ । ଓଡିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଏବଂ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସହଯୋଗରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ନାଟ୍ୟାୟନ କାର୍ଯ୍ୟକ୍ରମ ଏକ ସଫଳ ଆରମ୍ଭ ।

Leave A Reply

Your email address will not be published.