ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ସଦାଇପାଲି ରାମଜୀ ଯୁବକ ସଂଘ ଦ୍ୱାରା ସାଇଟ୍ କଲେଜରେ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ସାଇଟ୍ ନର୍ସିଂ ଅଧ୍ୟକ୍ଷା ସ୍ନିଗ୍ଧାମିନତୀ ଦାନୀ ଅଧ୍ୟକ୍ଷତା କରଥିବା ବେଳେ ବିଶିଷ୍ଟ ସାମାଜିକ କର୍ମୀ ତଥା କଳାକାର ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆମେରିକାର ନାଟ୍ୟକାର ୱିଲିୟମ ଡାଫେ ୨୦୨୬ ବର୍ଷ ପାଇଁ ବିଶ୍ୱବାସୀଙ୍କୁ ଦିଆଯାଇଥିବା ବାର୍ତ୍ତା ପଠନ କରିଥିଲେ । ଆଜି ପୁଣି ରାମ ନବମୀ ଉତ୍ସବ । ତେଣୁ ଏହି ଅବସରରେ ରାମଜୀ ଯୁବକ ସଂଘର କଳାକାରମାନେ ଶ୍ରୀରାମଳୀଳାର କିଛି ଅଂଶ ନାଟ୍ୟ ଦିବସରେ ପ୍ରଦର୍ଶିତ କରିଥିଲେ । କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକ ବୃନ୍ଦ ଉପସ୍ଥିତ ଥିଲେ । ବିଶେଷ କରି ରୁଦ୍ର ପ୍ରସାଦ ସାଏ, ସୁବାଷ ଦାଶ, ଭାଗବତିଆ ଅଦାବରିଆ, ପ୍ରଶାନ୍ତ ତ୍ରିପାଠୀ, ଲୋକନାଥ ସିଂହ, ସଂଗ୍ରାମ କେଶରୀ ତ୍ରିପାଠୀ, ସାନ୍ତନୁ ମିଶ୍ର ତଥା ଅଖିଳନାଥ ଗୁରୁ ଆଦି ସହଯୋଗ କରିଥିଲେ । ଶେଷରେ ଲୋପାମୁଦ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।