oom

ନାଟ୍ୟଚକ୍ର ପକ୍ଷରୁ ସୁବର୍ଣ୍ଣପୁରଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ

jsmm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ଅଗ୍ରଣୀ ନାଟ୍ୟାନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ଆଜି “ବିଶ୍ୱ ନାଟ୍ୟ ଦିବସ” ସହ ନାଟ୍ୟଚକ୍ରର ସ୍ୱନକ୍ଷତ୍ର ଦିବସ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି । ନାଟ୍ୟଚକ୍ରର ପ୍ରତିଷ୍ଠାତା ମନୋଜ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟ ନାରାୟଣ ଦାଶ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ନାଟ୍ୟଶ୍ରୀ ଗଦାଧର ବାରିକ, ନାଟ୍ୟ ନିର୍ଦ୍ଦେଶକ ଶ୍ୟାମାଓଁ ପ୍ରସାଦ ମିଶ୍ର ପ୍ରମୁଖ ଅତିଥି ଆଲୋଚକ ଭାବେ ଯୋଗଦେଇ ବିଶ୍ୱ ନାଟ୍ୟ ଦିବସର ବାର୍ତ୍ତା ନାଟକ ଉତ୍ତମ ମଣିଷ ତିଆରି କରେ ବୋଲି ଆଲୋଚନା କରିବା ସହ ସମାଜ ଓ ସଭ୍ୟତାର ନିର୍ମାଣରେ ନାଟକର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପଶ୍ଚିମ ଓଡିଶାର ବରିଷ୍ଠ ନାଟ୍ୟାଭିନେତା ତଥା ନିର୍ଦ୍ଦେଶକ ହରିହର ପ୍ରଧାନଙ୍କୁ ନାଟ୍ୟଚକ୍ର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ପରେ ନାଟ୍ୟଚକ୍ର ଅନୁଷ୍ଠାନର ଶିଶୁ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମରେ ନୃତ୍ୟ ଗୀତ ପରିବେଷିତ ହୋଇଥିଲା ।

jittmm
Leave A Reply

Your email address will not be published.