centurian jitm

ଯୋଗିସର୍ଡ଼ା ଦଧିବାମନ ରାମଲୀଳା ନାଟ୍ୟ ମହୋତ୍ସବ ପକ୍ଷରୁ ଶ୍ରୀରାମଙ୍କ ପୁଜନୋତ୍ସବ

nschool

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଯୋଗିସର୍ଡା ଦଧିବାମନ ରାମଲୀଳା ନାଟ୍ୟ ମହୋତ୍ସବ ପକ୍ଷରୁ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ପ୍ରଭୁ ଶ୍ରୀରାମଙ୍କ ପୁଜନୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳସ ଯାତ୍ରା ସହ ପ୍ରଭୁ ଶ୍ରୀରାମଙ୍କ ପୂଜା ଆରମ୍ଭ ହୋଇଥିଲା । ଗତ ୧୯୩୧ ମସିହାରୁ ଏହି ପୂଜା ତଥା ପ୍ରଭୁ ଶ୍ରୀରାମଙ୍କ ରାମଲୀଳା ମହୋତ୍ସବ ଆରମ୍ଭ ହୋଇ ୯୫ ବର୍ଷରେ ପଦାର୍ପଣ କରିଛି । ୧୪ ଦିନ ଧରି ରାମ ଜନ୍ମ ସହ ରାମଙ୍କ ରାଜ୍ୟ ଅଭିଷେକ, ସୀତା ବିବାହ, ବନଗମନ ପ୍ରଭୃତି ନାଟକ ରୂପାନ୍ତର ମାଧ୍ୟମରେ ପରିବେଷଣ କରାଯିବ । ଗତ ଶୁକ୍ରବାର ନୂତନ ରାମଲୀଳା ମଣ୍ଡପ ପ୍ରତିଷ୍ଠା କରାଯାଇଥିଲା । ଚଳିତ ବର୍ଷ କର୍ତ୍ତାଭାବେ ସମ୍ପାଦକ ସୀତାକାନ୍ତ ମିଶ୍ର ସସ୍ତ୍ରିକ ଦାୟିତ୍ଵ ନିର୍ବାହ କରିଥିବା ବେଳେ ଘନଶ୍ୟାମ ସାହୁ ଜମି ଦାନ କରିଥିଲେ । ସଭାପତି ଲକ୍ଷ୍ମଣ ସାହୁ, ମ୍ୟାନେଜର ହରିହର ଛୁରିଆ, ଗୋବିନ୍ଦ ପଧାନ, ଶୁଭମ୍ କରଣ, ଶିବଶଙ୍କର ସାହୁ , ଶ୍ରୀକାନ୍ତ ତ୍ରିପାଠୀ, ଆନନ୍ଦ ସାହୁ, କାଶୀନାଥ ପଧାନ, ରାଜା ତ୍ରିପାଠୀ, ମହେଶ ତ୍ରିପାଠୀ, ଶ୍ରୀମନ୍ତ ମିଶ୍ର, ସୁରେନ୍ଦ୍ର ପଧାନ, ଶମ୍ଭୁ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହିତ ରାମଲୀଳାର ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି ।

Leave A Reply

Your email address will not be published.