ରାଉରକେଲା କଲେଜ, ରାଉରକେଲାର ବାର୍ଷିକ ନାଟ୍ୟ ମହୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକ୍ଟର :୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଏବଂ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲାର ବାର୍ଷିକ ନାଟ୍ୟ ମହୋତ୍ସବ କଲେଜ ନାଟ୍ୟ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡଃ ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଉଦଘାଟନୀ ସଭାରେ ରାଉରକେଲା ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ରାମଚନ୍ଦ୍ର ମେହର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅଧ୍ୟାପିକା ପ୍ରିୟଙ୍କା ପଲାଇ, ରଂଜିତା ପାଣିଗ୍ରାହୀ, ପ୍ରତିମା ପାତ୍ର, ଦିବ୍ୟା ଦୀପ୍ତି ଷଡ଼ଙ୍ଗୀଙ୍କ ସମବେତ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ସ୍ନାତକ ନାଟ୍ୟ ପରିଷଦର ଉପ-ସଭାପତି ରଶ୍ମିପ୍ରଭା ମାଥାନଙ୍କର ସଂଯୋଜନାରେ ଆୟୋଜିତ ଏହି ସଭାରେ ସହଯୋଗୀ ଉପ-ସଭାପତି ରଂଜିତ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ସ୍ନାତକ ସ୍ତରୀୟ ନାଟ୍ୟ ଉପ-ସଭାପତି ଶ୍ରୀମତୀ ମଥାନ ଏବଂ ଉଚ୍ଚ ମାଧ୍ୟମିକ ସ୍ତରୀୟ ନାଟ୍ୟ ଉପ-ସଭାପତି ତରଣୀ ନାୟକ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ଅନ୍ୟତମ ସହଯୋଗୀ ଉପ-ସଭାପତି ଅଜିତ୍ ବେକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପ୍ରାଧ୍ୟାପିକା ଦୀପାଳି ପ୍ରଧାନ ମଞ୍ଚାସୀନ ଥିଲେ । ନାଟ୍ୟକାର ପ୍ରଭାକର ପାତ୍ର ଏବଂ ପଞ୍ଚାନନ ପାତ୍ର ନିର୍ଦ୍ଦେଶିତ ନାଟକ ‘ଏମିତି ବି ହୁଏ’ କଲେଜର ଯୁବ କଳାକାରମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇ ଦର୍ଶକଙ୍କ ଶ୍ରଦ୍ଧା ସାଉଁଟିବାରେ ସଫଳ ହୋଇଥିଲା । ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ବିଜୟ କୁମାର ଭୋଳ, ପ୍ରାଧ୍ୟାପିକା ଭାରତୀ ବରୁଆ, କରୁଣାକର ପାଟ୍ଟଶାଣୀଙ୍କ ଦ୍ୱାରା ଶ୍ରେଷ୍ଠ କଳାକାର ଭାବରେ ଶ୍ରୀକାନ୍ତ ନନ୍ଦ ଏବଂ ପାୟଲ ନାଗ ଶ୍ରେଷ୍ଠ ସହାୟକ କଳାକାର ଭାବରେ ପୁରସ୍କୃତ ହୋଇଥିଲେ । ନିର୍ଦ୍ଦେଶକ ଶ୍ରୀ ପାତ୍ର, ସଂଗୀତ ନିର୍ଦ୍ଦେଶକ ସୁମିତ୍ ରାଜ ଚୌଧୁରୀ, ନାଟ୍ୟ ଉପଦେଷ୍ଟା ଶ୍ରୀ ଭୋଇଙ୍କୁ ମୁଖ୍ୟ ଅତିଥି ଏବଂ ଅଧ୍ୟକ୍ଷଙ୍କ ଦ୍ୱବାରା ସମ୍ମାନିତ କରାଯାଇଥିଲା । ଉତ୍ସବର ତୃତୀୟ ପର୍ଯ୍ୟାୟରେ ପ୍ରାଧ୍ୟାପକ ରଶ୍ମି ରଞ୍ଜନ ରାଉତ ଓ ମୌସୁମୀ ଦାସଙ୍କ ପରିଚାଳନାରେ ନାଟ୍ୟ ପରିଷଦ, ବାଳକ କମନ୍ ରୁମ୍, ବାଳିକା କମନ୍ ରୁମ୍ ପରିଷଦ ତରଫରୁ ଚଳିତ ବର୍ଷରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର-ଛାତ୍ରୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ । ପ୍ରାଧ୍ୟାପିକା ବନ୍ଦନା ସୋରେଙ୍ଗ, ମନୋଜ କୁମାର ଦଳେଇ, ଅନୁପ ଏକ୍କା, ମୀନକେତନ ନାଏକ, ଏଲିଜା ଲୁଗୁନ, ରଚନା ମିଶ୍ର, ସୌମ୍ୟରଞ୍ଜନ ପ୍ରଧାନ, ସୁଶାନ୍ତ ପଟେଲ, ସୁଶାନ୍ତ ରଣା, ସୁମନ ଡୁଙ୍ଗଡୁଙ୍ଗ, ସିଦ୍ଧାର୍ଥ ସାହୁ, ଶ୍ୱେତା ସାହୁ, ଅରବିନ୍ଦ ପ୍ରଧାନ, ସୁରଭି ଦାସ, ଶ୍ରଦ୍ଧାମୟୀ ସାହୁ ପ୍ରମୁଖ ଅଧ୍ୟାପକ-ଅଧ୍ୟାପିକା ସହଯୋଗ ପ୍ରଦାନ କରିଥିଲେ । ରାଜା ଖେସ, ବିକି ନାଗ, ଶ୍ରେୟା ବାଗ, ସରସ୍ଵତୀ ମାଣିକପୁରୀ, ରେଖା ପ୍ରସାଦ, ରାଣୀ କୁମାରୀ, ଦେବସ୍ମିତା ପଟ୍ଟନାୟକ, ସ୍ୱପ୍ନା ନାୟକ, ବିଜୟ କୁମାର ଯାଦବ ପ୍ରମୁଖ ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ ।

Leave A Reply

Your email address will not be published.