jayashree

ଆସନ୍ତା ଜାନୁଆରୀ ୧୮ ତାରିଖରୁ ଆରମ୍ଭ ରାଜ୍ୟସ୍ତରୀୟ ସିରଜିନା ନାଟ୍ୟ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ଅଗ୍ରଣୀ ଅନୁଷ୍ଠାନ ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ମାସିକ ବିବରଣୀ ପାଠ କରିଥିଲେ । ଆସନ୍ତା ଜାନୁଆରୀ ମାସର ୧୮, ୧୯ ଓ ୨୦ ତାରିଖ ୩ ଦିନ ଧରି ନାଟ୍ୟ ମହୋତ୍ସବ କରାଯିବ । ଏହି ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବରେ ମୋଟ ୯ଟି ନାଟକ ମଞ୍ଚସ୍ଥ ହେବ ବୋଲି ଶ୍ରୀ ମହାନ୍ତି ସୂଚନା ପ୍ରଦାନ କରିଥିଲେ । ଆସନ୍ତା ଡ଼ିସେମ୍ବର ମାସ ୩୧ ତାରିଖରେ ସିରଜିନା ମଧ୍ୟ ରାତ୍ର କବିତା ପାଠ କରାଯିବାକୁ ସ୍ଥିର କରାଯାଇଛି । ଶେଷରେ ଉପସଭାପତି ଏହି ସଭାରେ କୋଷାଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ନାଥ, ଶେଷଦେବ ମେହେର, କିଶୋର ପାତ୍ର, କୁଞ୍ଜବିହାରୀ ସରାଫ, ପ୍ରସନ୍ନ ରଣା, ବିଦ୍ୟାଧର ଦାଶ, ସୁବାସ ସାହୁ, ପୌଲସ୍ତ୍ୟ ସାହା, ସନ୍ତୋଷ ସିଂହ ଠାକୁର, ନସିବ ଗୁର୍ଲ୍ଲା, ଦିନେଶ ଦାଶ ଓ ବବୁଲୁ କୁମ୍ଭାର ଯୋଗଦାନ କରିଥିଲେ । ପରିଶେଷରେ ଉପ ସଭାପତି ଆଦିତ୍ୟ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.