oom

୩୮ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀରୁ ଭାଗନେବେ ୪ ଖେଳାଳୀ

jsmm

ବାରିପଦା, (ଦେବସ୍ମିତ ଚୌଦୁରୀ) : ଉତ୍ତରାଖଣ୍ଡର ଡେରାଡୁନଠାରେ ଚଳିତ ମାସ ୨୮ରୁ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୩୮ତମ ଜାତୀୟ କ୍ରୀଡ଼ାର ରଗବୀ ଖେଳ ବିଭାଗରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀର ୩ ଜଣ ମହିଳା ଓ ଜଣେ ପୁରୁଷ ଓଡ଼ିଶା ରଗବୀ ଦଳରେ ସ୍ଥାନ ପାଇଛନ୍ତି । ସେମାନେ ହେଲେ ସନ୍ଧ୍ୟାରାଣୀ ଟୁଡୁ, ପାର୍ବତୀ ହାଁସଦା, ସୁନୀତା ହାଁସଦା ଓ ପୁରୁଷ ବିଭାଗରେ ଅଜିତ କୁମାର ହାଁସଦା । ସୂଚନା ମୁତାବକ ୩ ମହିଳା ଖେଳାଳୀ ପୂର୍ବ ତଥା ୩୭ତମ ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ଅର୍ଜନ କରିବା ସହ ଓଡିଶା ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଏହି ସଫଳତାର ଖବର ପାଇ ମୟୂରଭଞ୍ଜ ଏଥ୍‌ଲେଟିକ୍‌ ଏସୋସିଏସନ୍‌ର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଏକାଡେମୀର ନିର୍ଦ୍ଦେଶକ ଅମର କୁମାର ସେଠୀ, ଉପଦେଷ୍ଟା ସୋମନାଥ ସିଂହ, ମଙ୍ଗଲ ହାଁସଦା, କୋଚ ରୁପାଲୀ ସୋରେନ, ବାରିପଦା ଶାଖା ପରିଚାଳକ ରଣଜିତ ରାଉତ, ପ୍ରଶିକ୍ଷକ ଚନ୍ଦନ ସିଂ, ରାଜକିଶୋର ପାତ୍ର, ତରଣୀସେନ ନାୟକ, ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସଙ୍କ ସମେତ ବହୁ କ୍ରୀଡ଼ାବିତ ଅଭିନନ୍ଦନ ଜଣାଇବା ସହ ସଫଳତା କାମନା କରିଛନ୍ତି ।

jittmm
Leave A Reply

Your email address will not be published.