- ଶ୍ରୀକରଙ୍କୁ କୌଶଳ ଗୌରବ ଓ ଜୟନ୍ତଙ୍କୁ ନଟରାଜ ନାଟ୍ୟ ସମ୍ମାନ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ କଳାମଣ୍ଡଳ ପଡିଆଠାରେ ନଟରାଜ କଳା ପରିଷଦ ପକ୍ଷରୁ ପୌଷା ୨୦୨୪ ଅନୁଷ୍ଠିତ ହୋଇଯାଇଛି । କଳା ପରିଷଦ ସଭାପତି ହରିନାରାୟଣ ପୁଜାରୀଙ୍କ ସଭାପତିତ୍ୱ ଓ ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବଲାଙ୍ଗିର ଅତିରିକ୍ତ ଏସ୍ପି ବିଦ୍ୟୁତ ପଣ୍ଡା ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଷୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ନିଦ୍ଦେର୍ଶକ ପ୍ରଶାନ୍ତ ଖମାରୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଟ୍ୟକାର ସୁବାଷ ପୁଝାରୀଙ୍କ ସ୍ମୃତିରେ ଶ୍ରୀକର ମିଶ୍ରଙ୍କୁ କୌଶଳ ଗୌରବ ନାଟ୍ୟ ସମ୍ମାନ ଓ ଲଳିତ ନାୟକଙ୍କ ସ୍ମୃତିରେ ଜୟନ୍ତ ବାଗଙ୍କୁ ନଟରାଜ ସେବା ସମ୍ମାନରେ ସମ୍ମାନିତ କରାଯାଥିଲା । ପରେ ପରେ ପୌରାଣିକ ନାଟକ ରାବଣ ଓ ସାମାଜିକ ନାଟକ ଚିହ୍ନା ପରିବେଷିତ କରାଯାଇଥିଲା । ରାବଣ କଥା ଉପରେ ଆଧାରିତ ଏକ ପୌରାଣିକ ନାଟକ ରାବଣ । ରାବଣ ଓ ଭାଇ କୁବେର ମଧ୍ୟରେ ଘନଘୋର ପ୍ରତିଦ୍ୱନ୍ଦିତା ପରେ କୁବେର ଲଙ୍କେଶ ହୋଇଥିଲେ । କିନ୍ତୁ ରାବଣ କଠୋର ତପସ୍ୟା ବଳରେ ଲଙ୍କାର ସିଂହାସନ ସହିତ ପୁଷ୍ପକ ବିମାନ, ସ୍ୱର୍ଗ ମର୍ତ୍ତ୍ୟ ଓ ପାତାଳ ଅକ୍ତିଆର କରିଥିଲେ । ଏସବୁ ହାସଲ କରିବାକୁ ଯାଇ ରାବଣ ନିତି, ଜ୍ଞାନ, ଶାସ୍ତ୍ର ଭୁଲି ଜଣେ ଅହଙ୍କାରୀ ଓ ଅତ୍ୟାଚାରୀରେ ପରିଣତ ହୋଇଥିଲେ । ଏଭଳି ବିଭିନ୍ନ ଘଟଣା ଯୋଗୁଁ ମହାଜ୍ଞାନୀ ରାବଣ କିପରି ନିଜର ତପୋବଳ, ଅମରବର ଓ ଆୟୁ ଓ ଶେଷରେ ପ୍ରାଣ ହରାଇ ଥିଲେ । ତାହ ହିଁ ଏହି ନାଟକର ବିଷୟ ବସ୍ତୁ । ପ୍ରହଲ୍ଲାଦ ଦର୍ଜୀ, ସୈଲିନ ବାବୁ, କୁମୁଦ ନାଏକ, ଦେବବ୍ରତ ଶର୍ମା, ଅରୁଣ ରାଉତ, ରାସେଶ୍ୱରୀ ଚଣ୍ଡୀ, ଐଶ୍ଚର୍ଯ୍ୟା ପୋଢ ଓ ଦେବବରାଜ ସାହୁ ନିଖୁଣ ଅଭିନୟ କରିଥିଲେ । ସେହିପରି ନାଟକ ଚିନ୍ହାଁ ଏକ ସାମାଜିକ ନାଟକ । ନାଟକ ଘା’ ର ପରବର୍ତ୍ତି ଘଟଣା ଉପରେ ଏହି ନାଟକ ପର୍ଯ୍ୟବେଷିତ । ଅନ୍ଧା ଅଚ୍ୟୁତ ଓ ଛୁଟା ନବଘନ ଦୁହେଁ ସାଙ୍ଗ । କାଳକ୍ରମେ କୁନ୍ଦି ସହିତ ଅନ୍ଧା ଅଚ୍ୟୁତର ସମ୍ବନ୍ଧ ଘନିଷ୍ଠ ହୁଏ । କିନ୍ତୁ କୁନ୍ଦିର ବଳତ୍କାର କରି ଛୁଟା ନବଘନ ଅନ୍ଧା ଅଚ୍ୟୁତ ଠାରୁ ଦୁରେଇ ଯାଏ । ଅନ୍ଧା ଓ କୁନ୍ଦିର ବିବାହ ପରେ ଏକ ପୁତ୍ର ସନ୍ତାନ ଜନ୍ମ ନିଏ । ଦିନେ ହଜି ଯାଇଥିବା ପୁଅ ଓମ୍କୁ ଖୋଜୁ ଖୋଜୁ ଅନ୍ଧା ଓ କୁନ୍ଦିର ଦୁର୍ଘଟଣାରେ ଜୀବନ ଚାଲିଯାଏ । ଛେଉଣ୍ଡ ଛୁଆକୁ ନବଘନ ଏକ ଶିଳ୍ପପତିକୁ ବିକ୍ରି କରିଦିଏ । ଦିନେ ଓମ୍ ଟ୍ରେନରେ ଯାଉଥିବା ବେଳେ ଛୁଟା ନବଘନକୁ ଭେଟି ସମସ୍ତ ପୁରୁଣା କଥା ଜାଣିପାରେ । ତାପରେ ଉଭୟଙ୍କ ମଧ୍ୟରେ ଆନ୍ତରିକତା ଜାଗି ଉଠେ । ମାଁ ବାପାର ଶେଷ ଚିହ୍ନା ଘୁବୁକୁଡୁକୁ ନବଘନ ଠାରୁ ଛଡେଇ ନେଇ ଲୋତକ ଭାରା ଆଖିରେ ଧର୍ମ ବାପା ଶିଳ୍ପପତିଙ୍କ ସହିତ ଆମେରିକା ଚାଲିଯାଏ । ଏଭଳି ଏକ ଆବେଗ ଭରା ନାଟକ ଚିନହାଁ । ନାଟକରେ ଲଳିତ ପୁଝାରୀ, ରାମପ୍ରସାଦ ଦାଶ, ପ୍ରଶାନ୍ତ ପଣ୍ଡା ସତ୍ୟବ୍ରତ ଆଚାର୍ଯ୍ୟ ଓ ଅଶୋକ ବହିଦାର ତାଙ୍କ ଅଭିନୟରେ ଦର୍ଶକଙ୍କୁ ଭାବ ବିହ୍ୱଳ କରିଥିଲେ । ଉଭୟ ନାଟକକୁ ପ୍ରଶାନ୍ତ ଖମାରୀ ନିଦ୍ଦେଶିତ କରିଥିବା ବେଳେ ପୂଣ୍ଣଚନ୍ଦ୍ର ତ୍ରିପାଠୀ ସହ ନିଦ୍ଦେଶକ, ସଙ୍ଗୀତ ଜୟପ୍ରକାଶ ପୁଝାରୀ, ମଞ୍ଚ ସଜ୍ଜା ବଳରାମ ରାଉତ, ବେଶଭୂଷା କିଶୋର ଜାଲ, ନିଶିକାନ୍ତ ଧରୁଆ, ଲକ୍ଷ୍ମଣ ଠାକୁର, ନୃତ୍ୟ ନିର୍ଦ୍ଦେଶନା ପଙ୍କଜିନୀ ପୋଢ ଓ ବାଦ୍ୟ ଯର୍ନ୍ତ ଦାୟିତ୍ୱ ସାନ ବଡ ସମ୍ଭାଳି ଥିଲେ ।