oom

“ନାଟକ ଅନ୍ତରୁ ଆଦ୍ୟ” ଦର୍ଶକଙ୍କ ମନ ମୋହିଲା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ କଳା ପରିଷଦର ବିଷୁବ ମିଳନ ଓ ବାର୍ଷିକ ଉତ୍ସବ ଅବସରରେ ଉଦ୍‌ଯାପନୀ ସନ୍ଧ୍ୟାରେ ପରିବେଷିତ ହୋଇଛି ନାଟକ ” ଅନ୍ତରୁ ଆଦ୍ୟ” ମଞ୍ଚସ୍ଥ ହୋଇଯାଇଛି । ଏହା ଜନମାନସକୁ ଅନେକ ଦିଗ ଦର୍ଶନ ଦେଇଛି । ଗଞ୍ଜାମ ଜିଲ୍ଲାରେ ଅଧୂନା ଅବସ୍ଥାପିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏହି ଦାୟିତ୍ୱ ବହନ କରି ଆସୁଥିବା ବିଶିଷ୍ଟ ନାଟ୍ୟକାର ରବି ନାରାୟଣ ବେହେରାଙ୍କ ନାଟ୍ୟରୂପ ଓ ବଳିଷ୍ଠ ନିର୍ଦ୍ଦେଶନାରେ କଳାକାରମାନଙ୍କ ନିଖୁଣ ଅଭିନୟରେ ଦର୍ଶକଙ୍କୁ ବିମୋହିତ କରିଥିବା ଜଣାପଡିଛି । ଚିରାଚରିତ ଢଙ୍ଗରେ ପୁରୁଷ ପୁରୁଷ ଧରି ଆଉ ଶାସନ ଚଳିବ ନାହିଁ । ଅଧର୍ମ, କୁଶିକ୍ଷା, ଦୁର୍ନୀତିଗ୍ରସ୍ତ ଶାସକ ମାନଙ୍କୁ ଏଠି ଗାଦିଚ୍ୟୁତ ହେବାକୁ ପଡିବ । ଏଠି ଯା’ ହାତରେ ଶିକ୍ଷା ସେ ଧରିବ ଶାସନର ବେଢ଼ି, ଏଠି ଯା ପାଖରେ ଦୟା ତାକୁ ମିଳିବ ସାମୁହିକ ସମର୍ଥନ । ଏଠି ଯେ, କରେ ସୁବିଚାର, ତାଙ୍କରି ହାତରେ ଦିଆଯିବ ସାମର୍ଥ୍ୟର ଅସ୍ତ୍ର । ଏଠି ଯେ, ଦେଖେ ଦେଶ ପ୍ରଗତିର ସ୍ବପ୍ନ ତାକୁ ହିଁ ଦିଆଯିବ ସିଂହାସନ । ସର୍ବେ ହେବେ ରାଜ୍ୟର ହର୍ତ୍ତାକର୍ତ୍ତା ଦଇବ ବିଧାତା ସବୁକିଛି ହୋଇପାରିବେ । ଲୋକଙ୍କ ଉପରେ ପଡ଼ିବ ସକାଳର ସୁନେଲୀ କିରଣ । ଏହି ଅଧ୍ୟାୟର ଅନ୍ତ ପରେ ପୁଣି ଆରମ୍ଭ ହେବ ନୂତନ ଅଧ୍ୟାୟ … ଅନ୍ତରୁ ଆଦ୍ୟ । ନାଟକଟି ଖୁବ ରୋମାଞ୍ଚକର ଓ ହୃଦୟସ୍ପର୍ଶୀ ହୋଇଥିଲା । ନାଟକଟିକୁ ପରିକଳ୍ପନା କରିଥିଲେ ରାମ ଚନ୍ଦ୍ର ସାସମଲ । ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ସଜ୍ଞା ସମାହିତ ପାଢ଼ୀ, ରାଜେଶ କୁମାର ନାୟକ, ଜୀତୁ ସାହୁ, ସାଗର କୁମାର ପଣ୍ଡା, ସଂଗ୍ରାମ କେଶରୀ ଦାସ, ଶୁଭାଶିଷ ସାହୁ, ସାହିଲ ପ୍ରଧାନ, କପଲି ବାସୁଦେବ ଦାସ, ମନୋଜ କୁମାର ରଥ, ମାନସ ରଞ୍ଜନ ସ୍ୱାଇଁ, ସରୋଜ କୁମାର ପଣ୍ଡା, ଡି. ସନ୍ଦୀପ ପାତ୍ର ଓ ପ୍ରିୟାଂଶା ନାୟକ । ସର୍ବଶ୍ରୀ ଗୋକୁଳ ଚନ୍ଦ୍ର ପଣ୍ଡା, ଅଶୋକ କୁମାର ଜେନା ମନୋଜ କୁମାର ଦଣ୍ଡପାଟ, ସୁନୀଲ କୁମାର ସ୍ବାଇଁ, ସତ୍ୟ ମହାରଣା, ନଳନୀ ଗୌଡ । ସଙ୍ଗୀତରେ ଯତୀନ ଦାସ, ଅଭୟେନ୍ଦୁ ପଟ୍ଟନାୟକ, ରଞ୍ଜନ ଦିଗ୍ ଦର୍ଶକ ଡ. ନୃସିଂହାନନ୍ଦ ମହାପାତ୍ର ରାଜୁ ପାଢ଼ୀ, ଅପୂର୍ବ ପଟ୍ଟନାୟକ, ସୁବୋଧ ପଟ୍ଟନାୟକ ପ୍ରମୁଖଙ୍କ ସକ୍ରୀୟ ସହଯୋଗରେ ନାଟକର ସଫଳ ମଞ୍ଚସ୍ଥ ହୋଇପାରିଛି ।

jittmm
Leave A Reply

Your email address will not be published.