ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ‘ତୁ ବୋଧେ ମୋ ଭାଗ୍ୟରେ ନାହୁଁ’ ନାଟକ ମଞ୍ଚସ୍ଥ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନିଷ୍ଟାଡିୟମରେ ଗଂଜାମ ପ୍ରେସ କ୍ଲବ ବା ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ନାଟ୍ୟଗୁରୁ ଡ଼ଃ ଗୌରୀ ଶଙ୍କର ଶତପଥୀଙ୍କ ନିର୍ଦ୍ଦେଶନା ନାଟକ “ତୁ ବୋଧେ ମୋ ଭାଗ୍ୟରେ ନାହୁଁ” ସାମାଜିକ ନାଟକ ମଞ୍ଚସ୍ଥ ହୋଇଯାଇଛି । ଉଦ୍‌ଘାଟନୀ ସମାବେଶରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରି ସ୍ଥାନୀୟ ଗଞ୍ଜାମ ପ୍ରେସ କ୍ଲବର ସାମ୍ବାଦିକ ଓ ଅନୁଷ୍ଠାନର ଏପରି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟବକ୍ତା ଭାବେ ପିସିସି ସଦସ୍ୟ ଡ଼ଃ. ଶମ୍ଭୁ ପାଣିଗ୍ରାହୀ, ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ କାଉନସିଲର ୫ ନମ୍ବର ୱାର୍ଡ଼ର ସଂଯୁକ୍ତା ଦାସ, ୯ ନମ୍ବର ୱାର୍ଡ଼ର ମହାଲକ୍ଷ୍ମୀ ନାୟକ ୧୦ ନମ୍ବର ୱାର୍ଡ଼ର ସୁଜାତା ମହାନ୍ତି, ୧୨ନମ୍ବର ୱାର୍ଡ଼ର ପି. ଚନ୍ଦ୍ରଶେଖର ରେଡ୍ଡୀ, ଖ୍‌ଲ୍ଲିକୋଟ ବିଧୟକ ପାର୍ଥୀ ଚିତ୍ରସେନ ବେହେରା ଏନ.ୟୁ. ଏସ.ଆଇ.ସାଧାରଣ ସମ୍ପାଦକ ମହେଶ ଗୌଡ, ଯୁବନେତା ପିଣ୍ଟୁ ଜେନା, ଯୁବନେତା ଆଶିଷ ପାଣିଗ୍ରାହୀ, ଆଇନଜୀବୀ କୈଳାସ ପଲାଇ, ପୂର୍ବତନ ସରପଞ୍ଚ ଦିଲ୍ଲୀପ ଛୋଟରାୟ, ଦୁର୍ଗାଦେବୀ ଆଇଟିଆଇ ମୁଖ୍ୟ ପ୍ରମୋଦ କୁମାର ପଣ୍ଡା, ଦିଗପହଣ୍ଡି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଞ୍ଜାମ ଏକ କଳାର ମାଟି ତାକୁ ଅନୁଷ୍ଠାନ ଉଜ୍ଜୀବିତ କରି ରଖିଥିବା ପରି ପ୍ରକାଶ କରିଥିଲେ । ଅନୁଷ୍ଠାନର ସଭାପତି ଶବର କୁମାର ତରାଇଙ୍କ ସଭାପତିତ୍ୱରେ ଉପଦେଷ୍ଟା ଉମାକାନ୍ତ ବେହେରାଙ୍କ ସଂଯୋଜନାରେ ସମାବେଶ ଅନୁଷ୍ଠିତ ହୋଇଥିଲା । ଶେଷରେ ଅନୁଷ୍ଠାନର ଉପସଭାପତି ବିଦ୍ୟାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ପରିଚାଳକ ରାକେଶ ରଞ୍ଜନ ଦାସ, ନାଟ୍ୟ ନିର୍ଦ୍ଦେଶକ ତଥା ଖଳନାୟକ ଭୂମିକାରେ ଅବିନୟ କରୁଥିବା ପ୍ରଦୀପ କୁମାର ପଣ୍ଡା, ଉପଦେଷ୍ଟା ସୁଧିର କୁମାର ପାଢ଼ୀ, ସମ୍ପାଦକ ଅକ୍ଷୟ କୁମାର ସ୍ୱାଇଁ, ସହ ସମ୍ପାଦକ ନିରଞ୍ଜନ ପରିଡା, ମନୋଜ ପ୍ରଧାନ, ପପୁ ପଣ୍ଡା, ବାସୁଦେବ ଗୌଡ ପ୍ରମୁଖଙ୍କ ସହ ଅନ୍ୟମାନେ ନାଟକ ପରିବେଷଣ ସୁପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.