oom

ସ୍ୱସ୍ତି ଝଙ୍କାର, ରାଉରକେଲା ୨୫ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ

jsmm
  • ଦ୍ୱିତୀୟ ସଂନ୍ଧ୍ୟାରେ ରେ ନାଟକ ଜାତି ନନ୍ଦିଘୋଷ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ଝଙ୍କାର, ରାଉରକେଲାର ୨୫ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟାରେ ଭବାନୀପାଟଣାର ସ୍ମାରକୀ ନାଟ୍ୟ ସଂସ୍ଥା ତରଫରୁ ନାଟକ ଜାତି ନନ୍ଦିଘୋଷ ମଞ୍ଚସ୍ଥ ହୋଇଯାଇଛି । ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ରଚିତ ନିର୍ଦ୍ଦେଶକ ପ୍ରବୋଧ ରଥଙ୍କ ନିର୍ଦ୍ଦେଶିତ ଏହି ନାଟକର ବିଷୟବସ୍ତୁ ହେଲା ଛତିଶଗଡ଼ ସୀମାରେରେ ରହୁଥିବା ଓଡ଼ିଆମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତା’ର ଉଦାହରଣ ନେଇ ଗତିଶୀଳ ହୋଇଛି ନାଟକ ” ଜାତି ନନ୍ଦିଘୋଷ” । ଏହି ନାଟକରେ ପ୍ରବୋଧ ରଥ, ରାଜେଶ ମହାନ୍ତି, ଯାମିନୀକାନ୍ତ ମିଶ୍ର, ମାନୁ ପଟ୍ଟନାୟକ, ସୁନିଲ କୁମାର ପଟ୍ଟନାୟକ,ସାଇ ସ୍ଵରୁପ ଦେ, ସିଦ୍ଧାନ୍ତ ବଳିଆରସିଂହ, ଅମିତ କୁମାର ସାହୁ, ଦେବେନ୍ଦ୍ର ସୁନ୍ଦରରାୟ, କୃଷ୍ଣଚନ୍ଦ୍ର ମିଶ୍ର, ସୂର୍ଯ୍ୟ ନାରାୟଣ ପ୍ରଧାନ, ସୁଭଦ୍ରା ଜେନା, ଦୀପାଞ୍ଜଳୀ ମହାନ୍ତି, ନିବେଦିତା ଦାସ, ବର୍ଷାରାଣୀ ପଣ୍ଡା ପ୍ରମୁଖ ଅଭିନୟ କରିଥିଲାବେଳେ ଶକ୍ତି ପ୍ରସାଦ ମିଶ୍ର, ସଂଗୀତ ରେ,ଆଲୋକରେ ବିକାଶ ପ୍ରଧାନ,ମଞ୍ଚସଜ୍ଜାରେ ପ୍ରଳୟ ଶତପଥୀ ତଥା ଋପସଜ୍ଜାରେ ପ୍ରସନ୍ନ ଶତପଥୀ ସହଯୋଗ କରିଥିଲେ । ଅଙ୍ଗୁରବାଳା ପରିଡ଼ାଙ୍କ ସଂଯୋଜନାରେ ଆୟୋଜିତ ଆଜିର ନାଟକରେ ଉଦଘାଟକ ଭାବେ ନାଟ୍ୟ ଅଭିନେତା ରମେଶ ଚନ୍ଦ୍ର ମହାନ୍ତି ଯୋଗଦେଇଥିବା ବେଳେ ସଭାପତିତ୍ୱ କରିଥିଲେ ଉପସଭାପତି ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ । ସମ୍ମାନୀତ ଅତିଥି ଭାବେ ବାଗଦେବୀ ଲିଟ୍ରେଚର୍ ଟ୍ରଷ୍ଟର ପ୍ରତିଷ୍ଠାତା ଡ ମମତା ତ୍ରିପାଠୀ ଯୋଗଦେଇଥିଲେ । ଶେଷରେ ଅଶୋକ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ନାଟକରେ ନିର୍ଦ୍ଦେଶକ ପ୍ରବୋଧ ରଥଙ୍କୁ ଉପଢ଼ୌକନ ଓ ଛତା ତଥା କଳାକାର ମାନଙ୍କ ପାଇଁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ନାଟକ ପରିଚାଳନାରେ ଇଂ ଗୋପୀନାଥ ପଟ୍ଟନାୟକ, ଡ ସୁମନ୍ ଦତ୍ତ, ଆଲୋକ ବୋଷ, ସରୋଜ କାନ୍ତ ଜେନା,ସରୋଜ ଶଙ୍ଖୁଆ, ପ୍ରସନ୍ନ ମହାନ୍ତି, ରାଜ କୁମାର ମହାନ୍ତି, ପ୍ରଫୁଲ୍ଲ ସେଠି, ବବି ମହାଳିକ, ଗୌତମ ଦାସ, ନିରୁପମା ପତି, ଗୟାଧର ମହାଳିକ, ଵିଲୋଚନ ପାତ୍ର, ପ୍ରଫୁଲ୍ଲ ସାମଲ, ଗୀତାରାଣୀ ବେହେରା,ଉମାକାନ୍ତ ବିଶୋଇ ଓ ଅଶୋକ ଦୁଙ୍ଗୁରି ପ୍ରମୁଖ ସହଯୋଗ କରିଥିଲେ । ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ ।

jittmm
Leave A Reply

Your email address will not be published.