
ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷ ସ୍ୱସ୍ତି ସାହିତ୍ୟ ସଂସଦ ଏବଂ ନାଟ୍ୟାନୁଷ୍ଠାନ ସ୍ୱସ୍ତି ଝଙ୍କାର ତରଫରୁ ୨୫ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଆସନ୍ତା ଏପ୍ରିଲ ୨୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଇସ୍ପାତ ସରୋବର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠାନର ସମ୍ପାଦକ ରାଜୀବ ପାଣି ଏସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରି କହିଲେ ଯେ ଉଦ୍ଘାଟନୀ ସନ୍ଧ୍ୟା ୨୦ ତାରିଖ ଦିନ ଅନୁଗୁଳର ନାଟ୍ୟ ଅନୁଷ୍ଠାନ ଦ୍ୱାରା ନାଟ୍ୟକାର ତଥା ନିର୍ଦ୍ଦେଶକ ସୁଧାଂଶୁ ଦ୍ୱିବେଦୀଙ୍କ ନିର୍ଦ୍ଦେଶିତ ନାଟକ ତ୍ରିଶଙ୍କୁ, ୨୧ ତାରିଖରେ ଭବାନୀପାଟଣାର ସ୍ମାରକୀ ଅନୁଷ୍ଠାନ ଦ୍ୱାରା ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ରଚିତ ଏବଂ ପ୍ରବୋଧ ରଥଙ୍କ ନିର୍ଦ୍ଦେଶିତ ନାଟକ ଜାତି ନନ୍ଦିଘୋଷ,୨୨ ତାରିଖରେ ଭୁବନେଶ୍ୱରର ବାଗଦେବୀ ଲିଟରେଚର ଟ୍ରଷ୍ଟ ଦ୍ୱାରା ନାଟ୍ୟକାର ଡ. ଗୈାରହରି ଦାସଙ୍କ ରଚିତ ଏବଂ ପବିତ୍ର ମହାନ୍ତିଙ୍କ ନିର୍ଦ୍ଦେଶିତ ନାଟକ ଚିତ୍ର ପ୍ରତିମା, ୨୩ ତାରିଖରେ ଭୁବନେଶ୍ୱର ବିଦ୍ୟାକନକ ସୃଜନାନୁଷ୍ଠାନ ଦ୍ୱାରା ନାଟ୍ୟକାର ମନୋଜ ମିଶ୍ରଙ୍କ ରଚିତ ଏବଂ ସୈ।ନିକା ସାହୁଙ୍କ ନିର୍ଦ୍ଦେଶିତ ନାଟକ ଭିନ୍ନ ଦୃଷ୍ଟି , ଉଦ୍ଯାପନୀ ସନ୍ଧ୍ୟା ୨୪ ତାରିଖରେ ବାରିପଦାର ଓମ୍ ନାଟ୍ୟ ସଂସ୍ଥା ଦ୍ୱାରା ନାଟ୍ୟକାର ଡ଼ଃ ସଞ୍ଜୟ ହାତୀଙ୍କ ରଚିତ ଏବଂ ଧୀର ବସାଙ୍କ ନିର୍ଦ୍ଦେଶିତ ନାଟକ ମଞ୍ଚମାୟା ମଞ୍ଚସ୍ଥ ହେବ । ନାଟକ ଗୁଡିକ ପ୍ରତ୍ୟେହ ସନ୍ଧ୍ୟା ୭ ଘଟିକା ସମୟରେ ମଞ୍ଚସ୍ଥ କରାଯିବ । ଏହି ନାଟକ ଗୁଡିକୁ ଉପଭୋଗ କରିବା ପାଇଁ ବହୁ ସଂଖ୍ୟାରେ ନାଟ୍ୟପ୍ରେମୀ ମାନେ ଯୋଗଦେବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ, ଉପସଭାପତି ପ୍ରାଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ନିଃଶୁଳ୍କ ନାଟକ ଓ ଶୁକ୍ଳ ନାଟକ ମଧ୍ୟରେ ପାର୍ଥକ୍ୟ, ସଦସ୍ୟା ଅଙ୍ଗୁରବାଳା ପରିଡ଼ା ପ୍ରାକ ସୂଚନା ଓ ଶେଷରେ ବରିଷ୍ଠ ସଦସ୍ୟ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଶୋକ କୁମାର ପଟ୍ଟନାୟକ, ସରୋଜକାନ୍ତ ଜେନା, ବିଭୁତି ଭୂଷଣ ଦାସ, ଗୈାତମ ଦାସ, ନିରୁପମା ପତି, କିଶୋରୀ ମୋହନ କର, ବିଜୟଲକ୍ଷ୍ମୀ ପଟ୍ଟନାୟକ, ସ୍ନେହଲତା ପଟ୍ଟନାୟକ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।