ଆସନ୍ତା ୧୦ ତାରିଖରେ ମଞ୍ଚସ୍ଥ ହେବ “ଭୁଲ୍‌ ତୋର, ଭୋଗୁଛି ମୁଁ” ନାଟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଛତ୍ରପୁର ବ୍ଲକ ପୋଡ଼ପଦାର ଗ୍ରାମ କପିଳେଶ୍ଵର ନାଟ୍ୟ ସଂସଦ ତରଫରୁ ଶ୍ରାବଣ ମାସ ରୁଦ୍ରାଭିଷେକ ଓ ଜନ୍ମାଷ୍ଟମୀ ଉପଲକ୍ଷେ ଭାଦ୍ରବ ମାସ ୧୦ ତାରିଖ ରବିବାର ରାତ୍ର ୧୦ ଘାଣ୍ଟିକ ସମୟରେ ବାବା କପିଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ନିଦ୍ଦେଶକ ଗୁରୁପଦ୍ମ ଉପାଧିରେ ସମ୍ମାନିତ ଡ଼ଃ. ଗୌରୀ ଶଙ୍କର ଶତପଥୀଙ୍କ ବଳିଷ୍ଠ ନିର୍ଦେଶନାର ନାଟକ ‘ଭୁଲ ତୋର, ଭୋଗୁଛି ମୁଁ’ ମଞ୍ଚସ୍ଥ ହେବାକୁ ଯାଉଛି । ଏହି ନାଟକର ପ୍ରଯୋଜକ ନାରାୟଣ ସାହୁ (ମାମା) ଅକ୍ଲାନ୍ତ ପରିଶ୍ରମ ଓ ସ୍ୱପ୍ନ ସନ୍ତୋଷ କୁମାର ପଣ୍ଡା ନିଷ୍ଠାପର ଭାବନା ବଳିଷ୍ଠ କଳାକାର ସୁକୁରୁ ପଣ୍ଡା ଓ ତ୍ରିନାଥ ସାହୁ (ବାଳି ସାର )ରାଗ, ଦୁଃଖ ଭରା ଅଭିନୟ । ଆକ୍‌ସନ୍ ହିରୋ ସନ୍ତୋଷ ସ୍ୱାଇଁ ଓ ହାରିବନ୍ଧୁ ରେଡ୍ଡୀ ଦମଦାର ଅଭିନୟ, ଚୂଲବୁଲ ନାଇକା କାଦମ୍ବିନୀ ସାହୁ ଓ ପୂଜା ସେଠି,
ହାସ୍ୟ ଅଭିନେତା/ଅଭିନେତ୍ରୀ ଡି.କାନ୍ତା ରାଓ ଏ.ସୁବା ରାଓ ଓ ଚୁଇଁଙ୍କ ଅଭିନୟ, ମାର୍ବଲେଶ ଅଭିନେତା ସୁରେଶ ବେହେରା, ଜବରଦସ୍ତ ଖଳନାୟକ ନାରାୟଣ ସାହୁଙ୍କ ଅଭିନୟ । କଳାର ମହତ୍ୱ କଳାକାର ଉଚ୍ଚାହ ଗନ୍ତାଘର ସଜାସାଜ୍ୟ ଅଳକା ଚିତ୍ରାଳୟ ଶବ୍ଦର ସୁରସଂଗୀତ ସନ୍ତୋଷ ସାହୁ ଓ ସାଥୀ, ନୃତ୍ୟ ପରିବେଷଣ ଉଲ୍ଲାସ ଦିଲ୍ଲୀପ ଓ ତପନ, ସବୁପରେ ସମସ୍ତେଙ୍କୁ ଏକତ୍ରିତ କରି ତାଳରେ ତାଳରେ ନାଉଥିବା ନିର୍ଦ୍ଧେଶକ ଗୁରୁ ପଦ୍ମ ସଂମ୍ମାନିତ ଡ଼ଃ. ଗୌରୀ ଶଙ୍କର ଶତପଥୀ ବଳିଷ୍ଠ ନିର୍ଦ୍ଧେଶନା ହସ କାନ୍ଦ ଭରା ପାରିବାରିକ ନାଟକ ଦୀପକ ଜେନାଙ୍କ ରଚନା ‘ଭୁଲ ତୋର, ଭୋଗୁଛି ମୁଁ’ ପୋଡାପାଦର ଗ୍ରାମବାସୀଙ୍କ ସହଯୋଗରେ ମଞ୍ଚସ୍ଥ କରିବ ଆସନ୍ତା ୧୦ ତାରିଖ ରବିବାର ଦିନ ଛତ୍ରପୁର, ପୋଡାପାଦର ଗ୍ରାମ ବାବା କପିଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ।

Leave A Reply

Your email address will not be published.