ଢୋଲବନ୍ଧ ଗ୍ରାମରେ ନାଟକ ‘ନିଶା ଦିଏ ଦଶା’ ମଞ୍ଚସ୍ଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଜମଳା ଡିଗ୍ରୀ କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାତୀୟ ସେବା ଯୋଜନା ଶିବିର ଉଦ୍‌ଯାପନୀ ଅବସରରେ ରାଜକୁମାର ସାହୁଙ୍କ ଲିଖିତ ସଚେତନ ଧର୍ମୀ ନାଟକ ‘ନିଶା ଆଣିଦିଏ ଦଶା’ ପରିବେଷତ ହୋଇଯାଇଛି । ନିଶା ନିବାରଣ ଉପରେ ଗତିଶୀଳ ନାଟକଙ୍କୁ ଲୋକ ଖୁବ୍‌ ପ୍ରଂଶସା କରିଥିଲେ । ଏହି ଅବସରରେ ଉଦ୍‌ଯାପନୀ ସଭାରେ ପ୍ରିନ୍‌ସିପାଲ ସ୍ୱାଧୀନ ପଧାନ ଅଧ୍ୟାପିକା ମିନତୀ ଦେବତା, ଦୟାନିଧି ସୁନା ମୁଖ୍ୟ ଅତିଥି, ଶିକ୍ଷାବିତ ଟିକେଲାଲ ସ୍ୱାଇଁ, ନାଟ୍ୟକାର ରାଜକୁମାର ସାହୁ ମୁଖ୍ୟ ବକ୍ତା, ଅଧ୍ୟାପିକା ପ୍ରିୟଙ୍କା ବେହେରା, ସୁମନ୍ତ ବାଜପେୟୀ ମଂଚାସୀନ ଥିଲେ । ପରେ କୁନି କଳାକାରଙ୍କ ଦ୍ୱାରା ନୃତ୍ୟ ଗୀତର ଆସର ହୋଇଥିଲା । ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ ଓ ଅଧ୍ୟାପିକା ମିନତୀ ଦେବତା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଓ କଲେଜରେ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!