ତେନ୍ତୁଳିମୁଣ୍ଡା ଗ୍ରାମ୍ୟ ଜଙ୍ଗଲରୁ ଗଞ୍ଜେଇ ଗଛ ନଷ୍ଟ କଲା ଘଣ୍ଟାପଡା ପୋଲିସ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଉମା ପଞ୍ଚାୟତର ତେନ୍ତୁଳିମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ଗତକାଲି ସକାଳ ୯ ଘଣ୍ଟା ସମୟରେ ଘଣ୍ଟାପଡା ଥାନା ଅଧିକାରୀ ବି ଏନ ଲୋଇଙ୍କ ତତ୍ଵାବଧାନରେ ଘଣ୍ଟାପଡା ପୋଲିସ ଟିମ୍‌ ଚଢ଼ାଉ କରିଥିଲେ । ବେଆଇନ ଭାବେ ଚାଷ ହୋଇଥିବା ପ୍ରାୟ ୧୨ ହଜାର ଗଞ୍ଜେଇ ଗଛକୁ କାଟି ପେଟ୍ରୋଲ ଢାଳି ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ଦେଢ଼ କୋଟିରୁ ଅଧିକ ଟଙ୍କା ହେବ ବୋଲି ଘଣ୍ଟାପଡା ଥାନା ଅଧିକାରୀ ଶ୍ରୀ ଲୋଇ ସୂଚନା ଦେଇଛନ୍ତି । ଏହି ଥାନା ଅଂଚଳରୁ ସମ୍ପୂର୍ଣ୍ଣ ଗଞ୍ଜେଇ ନଷ୍ଟ କରିବା ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.