jayashree

ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହର ଉପକଣ୍ଠ ଖୁଜେନପାଲି ଗାଁରେ ବେଆଇନ ଭାବରେ ଦେଶୀମଦ ରନ୍ଧା ଯାଉଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ରେଳୱେ ଲାଇନ କଡ ନିଛାଟିଆ ଜଙ୍ଗଲ ଭିତରେ ମହୁଲ ପୋଚରୁ ଦେଶୀ ରନ୍ଧାମଦ ତିଆରି କରି ବିକ୍ରି କରୁଥିଲେ ମଦ ମାଫିଆ । ନିଜେ ତିଆରି କରୁଥିବା ରନ୍ଧା ମଦକୁ ଅଧିକ ନିଶାଯୁକ୍ତ କରିବା ପାଇଁ ସାର ସହିତ କେମିକାଲ ମଧ୍ୟ ମିଶାଉଥିଲେ । ଏନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ବଲାଙ୍ଗିର ଅବକାରୀ ବିଭାଗ । ଏକ ଟିମ୍‌ ଗଠନ କରି ଚଢାଉ କରିଥିଲା । ଜଙ୍ଗଲ ଭିତରେ ମଦ ମାଫିଆ ଫେରାର ମାରିଥିଲେ । ଅବକାରୀ ବିଭାଗ ସେଠାରେ ଥିବା ୩୨୦୦ କେଜି ମହୁଲ ପୋଚ ନଷ୍ଟ କରିଥିଲା । ଏହା ସହିତ ମଦ ରାନ୍ଧିବା ପାଇଁ ବ୍ୟବହାର କରାଯାଉଥିବା ସାମଗ୍ରୀ ଜବତ କରିଥିଲା ।

Leave A Reply

Your email address will not be published.