centurian jitm

ନାରୀ ଶକ୍ତି ସଂଗଠନ ତରଫରୁ ଅସହାୟ ପରିବାରକୁ ଚିହ୍ନଟ କରି ସଚେତନତା ସହ ଶୁଖିଲା ଖାଦ୍ୟ ବଣ୍ଟନ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସମଗ୍ର ଦେଶ କରୋନା ମହାମାରୀ ସହ ସଂଘର୍ଷ କରୁଥିବା ବେଳେ ଗତକାଲି ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ଅସହାୟ ପରିବାରକୁ, ଯେଉଁମାନେ କି ଏହି ପରିସ୍ଥିତିରେ ଅତି କଷ୍ଟରେ ଚଳୁଛନ୍ତି । ଯେଉଁମାନଙ୍କ ଖାଇବା ପିଇବାର କିଛି ସାଧନ ନାହିଁ ଭୋକ ଉପାସରେ ରହୁଛନ୍ତି, ସେମାନଙ୍କୁ ନାରୀ ଶକ୍ତି ସଂଗଠନ ତରଫରୁ ସଚେତନତାର ବାର୍ତ୍ତା ପହଞ୍ଚାଇବା ସହ, ସାନିଟାଇଜ୍‌ କରି ଶୁଖିଲା ଖାଦ୍ୟ ଏବଂ ଅଣ୍ଡା ଦିଆଯାଇଥିଲା । ଏଥିରେ ସରିତା ଦାସ, ଅଙ୍କିତା ମହାନ୍ତି, ନୂତନ ସେନ୍ଦରିଆ, ଜଗଦମ୍ବା ନାଏକ, ଆରତୀ ବେଜ, ଅଞ୍ଜଳି ବିଶି, ମଧୁମିତା ନନ୍ଦ, ମଞ୍ଜରୀ ବେଗ୍, ପାରିଜାତ ଡାଙ୍ଗ ଏବଂ ରେବତୀ ଷାଣ୍ଢଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟ ସମ୍ପାଦନ କରାଯାଇଥିଲା ।

Leave A Reply

Your email address will not be published.