ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ବଲାଙ୍ଗିର କୋସଲ ଭାଷାର ପ୍ରବକ୍ତା ତଥା ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କୁ ତାଙ୍କ ସ୍ଥାନୀୟ ବାସଭବନଠାରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସମ୍ବର୍ଦ୍ଧନାର ଉତ୍ତର ଦେଇ ପଦ୍ମଶ୍ରୀ ଗୁରୁ ଏ ଅଂଚଳର ଭାଷାକୁ କେନ୍ଦ୍ର ସରକାର ସ୍ୱୀକୃତି ଦେଇଛନ୍ତି । କେବଳ ସାମ୍ବିଧାନିକ ସ୍ୱୀକୃତ ବାକି ରହିଲା ବୋଲି ଏ ସମ୍ମାନ ଏ ଅଂଚଳର ଜନସାଧାରଣଙ୍କର ବୋଲି କହିଥିଲେ । କୋସଲ କେନ୍ଦ୍ରୀୟ ପରିଚାଳନା ସମିତିର ଅନ୍ୟତମ ସଦସ୍ୟ ମନୋରଂଜନ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ବିକ୍ରମ ବହିଦାର ପୁଷ୍ପଗୁଚ୍ଛ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ରଣରାଜ ସିଂଦେଓ ଉପଢୌକନ ପ୍ରଦାନ କରିଥିଲେ । ସମିତିର ବରିଷ୍ଠ ସଭ୍ୟ ମନୋରଂଜନ ମିଶ୍ର, ପର୍ଶୁରାମ ନାୟକ, ଗୋବର୍ଦ୍ଧନ ପାଣ୍ଡିଆ, ବିଭୁଦତ୍ତ ମିଶ୍ର, ଅନୁପ କୁମାର ଚୋପଦାର ପ୍ରମୁଖ ଉପସ୍ଥିତ ଥିଲେ । ବଲାଙ୍ଗିର ଗର୍ବ ଓ ଗୌରବ ପଦ୍ମଶ୍ରୀ ଗୁରୁଙ୍କୁ ପଦ୍ମଶ୍ରୀ ଉପାଧିରେ ଘୋଷଣା ପରେ ଏ ଅଂଚଳରେ ଭାଷାବିତ୍ମାନେ ପ୍ରେରଣା ପାଇବେ ଓ ନୂତନ ରାଜ୍ୟ ଗଠନ ଆନ୍ଦୋଳନ ମଜବୁତ ହେବ ବୋଲି ସମିତି ପକ୍ଷରୁ ମତ ପ୍ରକାଶ ପାଇଥିଲା ।
Prev Post