ଇସ୍ପାତ ସାହିତ୍ୟ ସଂସଦର ନାରୀ କବି ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ତରଫରୁ ନାରୀକବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ମଞ୍ଜୁଳା କୁମାରୀ ରଥଙ୍କ ସଭାପତିତ୍ୱ ଓ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷା ଡ. ଜୋସ୍ନା ପଟ୍ଟନାୟକ ମୁଖ୍ୟ ଅତିଥି ଓ ଡିଏଭି ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ମହେଶ୍ୱତା ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ବରିଷ୍ଠ ସଦସ୍ୟା ଶିକ୍ଷାବିତ୍ ରଶ୍ମିବାଳା ରାଉତରାୟଙ୍କ ଦ୍ୱାରା ସ୍ବାଗତ ସଂଗୀତ, ଅଭିଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ ପରେ ଡଲିରାଣୀ ବ୍ରହ୍ମା କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ଏହି ନାରୀକବି ସମ୍ମିଳନୀକୁ ସ୍ବର୍ଗତ ଗାଳ୍ପିକା ସ୍ବର୍ଣ୍ଣଦେବୀଙ୍କ ସ୍ମୃତିରେ ସମର୍ପିତ କରାଯାଇଥିଲା । ପ୍ରାରମ୍ଭରେ ସ୍ବର୍ଗତା ସ୍ବର୍ଣ୍ଣଦେବୀ, ରମା ଦାଶ, ମୀନାକ୍ଷୀ ଧର ଓ ନିର୍ମଳା ସ୍ବାଇଁଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଅତିଥି ମାନେ ଆଲୋଚ୍ୟ ବିଷୟ ‘କ୍ଷୁଦ୍ରଗଳ୍ପ ଉତ୍ତରଣରେ ନାରୀ’ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଡ. ପଟ୍ଟନାୟକ କ୍ଷୁଦ୍ରଗଳ୍ପର ପରିଭାଷା ଓ ଏଥିରେ ନାରୀ ଲେଖିକାଙ୍କ ଭୂମିକା ସଂପର୍କରେ ଓ ମୁଖ୍ୟବକ୍ତା ଶ୍ରୀମତୀ ସାହୁ କ୍ଷୁଦ୍ରଗଳ୍ପର ପ୍ରକାଶନ, ଫକୀର ମୋହନଙ୍କ ଗଳ୍ପରେ ନାରୀ ମାନଙ୍କର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସୁକାନ୍ତୀ ନାୟକ, ବବିତା ମହାଳିକ, ନିହାରିକା ବସ୍ତିଆ, ନିରୁପମା ପତି ଓ ଗୀତାରାଣୀ ବେହେରାଙ୍କୁ ନୂତନ ସଦସ୍ୟ ଭାବେ ଗ୍ରହଣ କରାଯିବା ସହ ସେମାନଙ୍କୁ ପୁଷ୍ପଗୁଛ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତିତ୍ବ କରୁଥିବା ଶ୍ରୀମତୀ ରଥ ସଭାପତି ଅଭିଭାଷଣ ପ୍ରଦାନ କରିଥିବା ବେଳେ ସ୍ନେହଲତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବରେ ଡ. କିଶୋରୀ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଉର୍ବଶୀ ଦାଶ ପତି ଓ ବିଜୟିନୀ ଜେନା କବିତା ଗୁଡିକୁ ସଂଯୋଜନା କରିଥିଲେ । ଏଥିରେ ପ୍ରାୟ ୩୧ଜଣ କବି କବିତା ପାଠ କରିଥିବା ବେଳେ ସୁଷମା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ସଂପୂର୍ଣ୍ଣ କାର୍ଯ୍ୟ ପରିଚାଳନାରେ ସଂସଦର ସଭାପତି ତ୍ରିଲୋଚନ ମଥାନ, ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ବାଳ, ବରିଷ୍ଠ ସଦସ୍ୟ ଅଭିରାମ ପ୍ରଧାନ, ପ୍ରକାଶ ଚନ୍ଦ୍ର ସେଠୀ, ଉପେନ୍ଦ୍ର ବସ୍ତିଆ, ଗୌତମ ଦାସ, ଖଗେନ୍ଦ୍ର ବେହେରା ଓ କାର୍ଯ୍ୟକାରୀ ସଭାପତି ବ୍ରଜେନ୍ଦ୍ର ଦାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.