oom

ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ନରେନ୍ଦ୍ରଙ୍କ ନାମରେ ଆସିଲା ଗୁରୁତର ଅଭିଯୋଗ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ସ୍ୱାସ୍ୟକେନ୍ଦ୍ରର ଜଣେ ଡାକ୍ତରଙ୍କ ନାମରେ ଆସିଛି ଗୁରୁତର ଅଭିଯୋଗ । ଡାକ୍ତର ଜଣକ ହେଲେ ନରେନ୍ଦ୍ର ତ୍ରିପାଠୀ । ମଙ୍ଗଳବାର ସମୟ ପ୍ରାୟ ଦଶଟା ତିରିଶ ମିନିଟ ପାଖା ପାଖି ବୁକୁରାମୁଣ୍ଡା ଗ୍ରାମର ଅଜିତ ବାରିକଙ୍କ ପତ୍ନୀ ଓ ତାଙ୍କର ଭଉଣୀ ଡାକ୍ତରଖାନାକୁ ପ୍ରାୟ ୧୫ଦିନର ଶିଶୁପୁତ୍ରକୁ ଚିକିତ୍ସା ପାଇଁ ନେଇଥିଲେ, ସେଠାରେ ଡାକ୍ତର ତ୍ରିପାଠୀଙ୍କୁ ଦେଖାଇ ଥିଲେ ଏହି ସମୟରେ ଡାକ୍ତର ଜଣକ ଶିଶୁପୁତ୍ରର ଚିକିତ୍ସା ପରିବର୍ତ୍ତେ ବିଭିନ୍ନ ଅଶ୍ଳୀଳ କଥା ମହିଳାମାନଙ୍କୁ କହିଥିଲେ । ମହିଳା ମାନେ ଘରକୁ ଆସି ସମସ୍ତ ଘଟଣା ଅଜିତଙ୍କୁ କହିବାରୁ ସେ ସାଙ୍ଗେ ସାଙ୍ଗେ ଡାକ୍ତରଖାନାକୁ ସାଙ୍ଗ ମାନଙ୍କ ସହ ଯାଏ ଦେଖିଲେ ଯେ ଓପିଡି ମଧ୍ୟରେ ଡାକ୍ତର ନରେନ୍ଦ୍ର ତ୍ରିପାଠୀ ଘୁଙ୍ଗୁଡ଼ି ମାରି ନିଦରେ ଶୋ ଇଛି, ତାକୁ ଯେତେବେଳେ ଉଠାଇଲେ ମଧ୍ୟ୍ୟ ଉଠିଲେ ନାହିଁ । ପି ସାବରକର ଯୁବକ ସଂଘର ସଭାପତି ଶ୍ରୀ ବାରିକ ଓ ଅନ୍ୟାନ୍ୟ ଯୁବକ ମାନେ ଡାକ୍ତରଖାନାରେ ଥିବା ଅନ୍ୟ ମହିଳା ଓ ପେସେଣ୍ଟ ମାନଙ୍କୁ ପଚାରି ଜାଣି ପାରିଲେ ଯେ ଡାକ୍ତର ଜଣକ ସବୁଦିନ ମହିଳା ମାନଙ୍କୁ ଓପିଡି ଭିତରେ ବସାଇ ନାନା ଅପ୍ରୀତିକର କଥା କହୁଥିବାର ଜଣା ପଡିଥିଲା । ଯୁବକ ମାନେ ଏକ ମିଟିଂ କରି ଏହାର ତଦନ୍ତ କରିବା ପାଇଁ ବିଭାଗୀୟ ଉଚ୍ଚ ପଦସ୍ଥ ଅଫିସରଙ୍କୁ ଜଣାଇ ଥିବାର ଜଣାପଡିଛି । ଏନେଇ ବୁକୁରାମୁଣ୍ଡା ଡାକ୍ତର ଶୁଭ୍ର ପ୍ରକାଶ ସେନାପତିଙ୍କୁ ପଚାରିବାରୁ ଡା ନରେନ୍ଦ୍ର ତ୍ରିପାଠୀ କଥାବାର୍ତ୍ତା ଠିକ ଭାବରେ କରି ଜାଣନ୍ତି ନାହିଁ ତାଙ୍କର କଥାରେ ଶାଳୀନତା ନାହିଁ ବୋଲି କହିବା ସହ ଯୁବକ ସଂଘର କର୍ମକର୍ତ୍ତା ମାନେ ଅନେକ ଅଭିଯୋଗ କରିଛନ୍ତି ବୋଲି ଜଣାଇଛନ୍ତି, ସେହିପରି ପଦ୍ମପୁର ଏସ ଡି ଏମ ଓ ଡା ଆଶୁତୋଷ ହୋତା ଙ୍କୁ ଏନେଇ ପଚାରିବାରୁ ମୁଁ ଆଜି ଛୁଟିରେ ଅଛି, ବୁକୁରାମୁଣ୍ଡାରେ କଣ ଗୋଟିଏ ଘଟଣା ଘଟିଛି, ସବୁକଥା ଜାଣିଲା ପରେ ମୁଁ ଜଣାଇବି ବୋଲି କହି ଥିଲେ । ଡାକ୍ତର ନରେନ୍ଦ୍ର ତ୍ରିପାଠୀ ଗାଇସିଲେଟ ଡାକ୍ତରଖାନାରେ ଥିଲାବେଳେ ଏହିପରି ଅନେକ ମା ଭଉଣୀ ମାନଙ୍କୁ ଅନେକ ଅଶ୍ଳୀଳ ଭାଷା କରିବାରୁ ସେଠାରେ ଝଗଡା ହୋଇଥିଲା ଓ ଡାକ୍ତର ତ୍ରିପାଠୀଙ୍କୁ ବୁକୁରାମୁଣ୍ଡା ଡେପୁଟେସନରେ ପଠାଯାଇଛି ବୋଲି ଅଜିତ ବାରିକ ଜଣାଇବା ସହ ଏହି ଡାକ୍ତରଙ୍କ ବର୍ବରତା କାର୍ଯ୍ୟକଳାପ ନେଇ ଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ କରାଯିବାପାଇଁ ଯୁବକ ସଂଘର ସଭାପତି ଅଜିତ ବାରିକ ଜଣାଇଛନ୍ତି । ଘଟଣା ଯୋଗୁଁ ଅଂଚଳରେ ଉତ୍ତେଜନା ଦେଖାଯାଇଛି ।

jittmm
Leave A Reply

Your email address will not be published.