ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବେଗା ଗ୍ରାମ ପଞ୍ଚାୟତରେ ମୋଟ ଚାରିଜଣ ସରପଞ୍ଚ ପାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତନ୍ମଧ୍ୟରେ ଜଣେ ରିଟେଲର, ଜଣେ ଯୁବ ଆଇନଜୀବୀ ତତ୍ସହିତ ଗତକାଲି ଶେଷ ଦିନରେ ବେଗା ପଞ୍ଚାୟତର ବିକାଶର ଧାରାକୁ ଆଗକୁ ନେବା ପାଇଁ ମୈଦାନକୁ ଓହ୍ଲାଇଲେ ଗଁଦିଆ ଡ଼ିଜିଟାଲ ମିଡ଼ିଆ ଆସୋସିଏସନ୍ର ସଭାପତି ପ୍ରଦୀପ କୁମାର ଦାସ । ତାଙ୍କର ବକ୍ତବ୍ୟ ଥିଲା ମୁଁ ନିଜର ସ୍ୱାର୍ଥ ହାସଲ ପାଇଁ ନୁହେଁ ବରଂ ପଂଚାୟତର ସ୍ୱାର୍ଥ ହାସଲ ପାଇଁ କାମ କରିବାକୁ ଚାହେଁ । ଏହା ତାଙ୍କର ପ୍ରତିଶୃତି ନୁହେଁ ପ୍ରତିଜ୍ଞା କରିବା ସହିତ ସେ ପଞ୍ଚାୟତର ସେବକ ଭାବେ କାର୍ଯ୍ୟ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।