centurian jitm

ବାର୍ଷିକ ଉତ୍ସବ ଓ ଅଷ୍ଟପ୍ରହରୀ ନାମଯଜ୍ଞ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ଚିପଟାଇପ ମାର୍କେଟ ସ୍ଥିତ ଆଖଣ୍ଡଳମଣି ଓ ହନୁମାନ ମନ୍ଦିର କମିଟି ପକ୍ଷରୁ ବାର୍ଷିକ ଉତ୍ସବ ଓ ଅଷ୍ଟ ପ୍ରହରୀ ନାମ ଯଜ୍ଞ ସମ୍ପନ୍ନ ହୋଇଯାଇଛି । ଗତ ମାର୍ଚ୍ଚ ୧୧ ତାରିଖ ଦିନ ମନ୍ଦିରର ବାର୍ଷିକ ଉତ୍ସବ ଓ ୧୩,୧୪,୧୫ ତାରିଖ ଅଷ୍ଟ ପ୍ରହରୀ ନାମଯଜ୍ଞ ମହା ଆଡମ୍ବର ସହକାରେ ପାଳନ କରାଯାଇଥିଲା । ବାର୍ଷିକ ଉତ୍ସବରେ ସୁଦର୍ଶନ ଜେନା କର୍ତ୍ତା ରହିଥିବା ବେଳେ ଅଷ୍ଟ ପ୍ରହରୀରେ ରବିକାନ୍ତ ସାହୁ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ । କୁଚିଣ୍ଡା ଓ ବଡ଼ଗାଁରୁ ସଂକୀର୍ତ୍ତନ ମଣ୍ଡଳୀ ଆସିଥିବା ବେଳେ ପ୍ରାୟ ୪ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମକୁ ମନ୍ଦିର କମିଟିର ସୁରଥ ପଣ୍ଡା, ରଶ୍ମିତ ସାହାଣୀ, ରଜତ ସାହୁ, ବାବାଜୀ ସ୍ୱାଇଁ ପ୍ରଶାନ୍ତ ପଣ୍ଡା, ଲୁସି ଦାସ, ମାର୍କେଟ କମିଟି ପକ୍ଷରୁ ଚିନ୍ମୟ ସାମଲ, ଅରୁଣ ମିଶ୍ର, ରମେଶ ଜେନା, ସୁବ୍ରତ ସାମଲ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.