ଦେଓଗାଁ କଛାରପାଲି ଚବିଶ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ରବିବାର ଦିନରୁ ଆରମ୍ଭ ହୋଇଥିବା ଦେଓଗାଁ ସଦର ପଞ୍ଚାୟତ କଛାରପାଲି ସାହୁପଡ଼ା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଚବିଶ ପ୍ରହର ନାମଯଜ୍ଞ ବୁଧବାର ଦିନ ପୂର୍ଣ୍ଣାହୁତି ହୋଇଯାଇଛି । ଶନିବାର ଦିନ କଳସ ଶୋଭାଯାତ୍ରା ଏବଂ ରବିବାର ଦିନ ସକାଳୁ ନାମାରମ୍ଭ ହୋଇଥିଲା । ଚଳିତ ବର୍ଷ କର୍ତ୍ତା ଭାବେ ଶ୍ରୀକାନ୍ତ ସାହୁ ଓ ପତ୍ନୀ ବବି ସାହୁ ରହିଥିବା ବେଳେ ପୂଜକ ପ୍ରଦ୍ୟୁମ୍ନ ପାଣିଗ୍ରାହୀ, ଜପକ ଆଲୋକ ମିଶ୍ର ଓ କାହ୍ନୁ ମିଶ୍ର ରହିଥିଲେ । ପ୍ରହରୀ ପରିଚାଳନା କରିବାକୁ ସଭାପତି ଡ. ଶଶୀ ଭୂଷଣ ସାହୁ, ଉପସଭାପତି ଶ୍ୱେତବାହାନ ସାହୁ, ଶ୍ରୀନାଥ ସାହୁ, ସମ୍ପାଦକ ଦୁର୍ବାଦଲ ସାହୁ, ସହ ସମ୍ପାଦକ ଗୌରହରି ସାହୁ, କୋଷାଧ୍ୟକ୍ଷ ସୁମନ୍ତ ସାହୁ, ଉପ କୋଷାଧ୍ୟକ୍ଷ ରମେଶ ସାହୁ, ଉପଦେଷ୍ଟା ସାଧୁ ଚରଣ ସାହୁ, ଅନନ୍ତ ସାହୁ, କିଶୋର ସାହୁଙ୍କ ସହ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ପରିଚାଳିତ ହୋଇଯାଇଛି । ବୁଧବାର ଦିନ ନାମଯଜ୍ଞ ଶେଷ ପରେ ମଧ୍ୟାହ୍ନରୁ ନଗର ପରିକ୍ରମା ଏବଂ ପ୍ରସାଦ ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ କେସେଇପାଲି, ବଡ଼ମାଳ ଭଟଲି, ଖଡମୁଣ୍ଡା ବିଜେପୁର ପ୍ରମୁଖ ୩ଟି ଦଳ ଦ୍ୱାରା ବୈଠକି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ବୈଠକି କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ଅଞ୍ଚଳର ବହୁ ଗାଁର ଶତାଧିକ ଲୋକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.