
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗାଁରେ ଚବିଶ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗାଁର ଶତାଧିକ ପୁରୁଷ ଓ ମହିଳା ନିକଟସ୍ଥ ଝରଣାକୁ ପୁର୍ଣ୍ଣ କଳସ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । କର୍ତ୍ତା ଭାବରେ ଲିଙ୍ଗରାଜ ସାହୁ ଓ ବୀଣାପାଣି ସାହୁ, ବଳରାମ ସାହୁ ଓ ଡାଳିମ୍ବ ସାହୁ, ନବୀନ ସାହୁ ଓ ଜୟନ୍ତୀ ସାହୁ, ଗୌରହରି ସାହୁ ଓ ତପସ୍ଵିନୀ ସାହୁ, ନବୀନ ସାହୁ ଓ ଜୟନ୍ତୀ ସାହୁ, ନୀଳାମ୍ବର ସାହୁ ଓ ରଶ୍ମିତା ସାହୁ ଥିବାବେଳେ ମୁଖ୍ୟ ପୂଜକ ଭାବରେ ପଣ୍ତିତ ମିତ୍ରଭାନୁ ଦେବତା ପୂଜାକାର୍ଯ୍ୟ ସମ୍ପାଦକ କରୁଛନ୍ତି । ଆସନ୍ତା ଶନିବାର ପୂର୍ଣ୍ଣାହୂତି ହୋଇ ବୈଠକି କାର୍ଯ୍ୟକ୍ରମ ହୋଇ ନାମଯଜ୍ଞ ସମ୍ପନ୍ନ ହେବ । ଏଥିରେ ଗ୍ରାମର ସଭାପତି ତ୍ରିଲୋଚନ ସାହୁ, ଉପସଭାପତି ରିତ ବାରିକ, ସମ୍ପାଦକ ପାନାଲାଲ ସେଠ ତଥା ଗ୍ରାମବାସୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।