oom

ବାଞ୍ଜିବାହାଲ ଠାରେ ଅଷ୍ଟ ପ୍ରହର ନାମଯଜ୍ଞ

jsmm

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାଞ୍ଜିବାହାଲ ଗ୍ରାମ ଠାରେ ଶ୍ରୀରାଧାକୃଷ୍ଣ ମନ୍ଦିର ସ୍ଥାପନାର ୭୫ବର୍ଷ ପୂର୍ତ୍ତି ଅବସରରେ ଅଷ୍ଟ ପ୍ରହର ନାମଯଜ୍ଞ ଆୟୋଜନ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଇଛି । ୧୯୭୫ ମସିହାର ଏକ ପାବନ ବେଳାରେ ସ୍ୱର୍ଗତ ନୀଳକଣ୍ଠ ମୁଣ୍ଡ ଓ ସହଧର୍ମିଣୀ କାଞ୍ଚନ ମାଳାଙ୍କ ଦ୍ଵାରା ପ୍ରତିଷ୍ଠିତ ଶ୍ରୀରାଧାକୃଷ୍ଣ ମନ୍ଦିରର ପ୍ରତିଷ୍ଠା ଦିବସକୁ ପରିବାର ଓ ଗ୍ରାମବାସୀଙ୍କ ସହଯୋଗରେ ଅଷ୍ଟ ପ୍ରହର ନାମଯଜ୍ଞ ସମ୍ପନ୍ନ ହେବା ସହିତ ମନ୍ଦିରର ନବକଳେବର ମଧ୍ୟ ସମ୍ପନ୍ନ ହୋଇଯାଇଛି । ଇନ୍ଦ୍ରାବତୀ ମୁଖ୍ୟ କେନାଲରୁ ପବିତ୍ର କଳସ ଯାତ୍ରା ପରେ ଅଧିବାସ କର୍ମ ସମ୍ପନ୍ନ ପରେ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଗୁରୁବାର ଦିନ ନାମଯଜ୍ଞ ଆରମ୍ଭ କରାଯାଇ ଶୁକ୍ରବାର ପୂର୍ଣ୍ଣାହୁତି ଦିଆଯାଇଥିଲା । ଏହି ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ନାମ କୀର୍ତ୍ତନରେ ଅଂଶ ଗ୍ରହଣ କରିବା ସହ ପ୍ରଭୁ କୃପା ପ୍ରାପ୍ତ ହୋଇଥିଲେ । ସୁଦର୍ଶନ ମୁଣ୍ଡ ଓ ସହଧର୍ମିଣୀ ବିଳାସିନୀ ଯଜମାନ ଭାବରେ ସଂକଳ୍ପ ନେଇଥିବା ବେଳେ ଶେଷଦେବ ଯୋଷୀ ଓ ଶ୍ରୀପତି ଠାକୁର ଯଜ୍ଞ କର୍ମ କରିଥିଲେ । ବାଙ୍କବିହାରୀ ଖମାରୀ, ବିଜୟ ଚନ୍ଦ୍ର ଠାକୁର, ସୁରେଶ ଚନ୍ଦ୍ର ମୁଣ୍ଡ, ସୁବାସ ଚନ୍ଦ୍ର ମୁଣ୍ଡ, ବ୍ରହ୍ମାନନ୍ଦ ଖମାରୀ, ସୁଶାନ୍ତ ମୁଣ୍ଡ, ରାକେଶ ମୁଣ୍ଡ, ରିତେଶ କୁମାର, ତାପସ ଠାକୁର, ସନ୍ତୋଷ ପଣ୍ଡା, ସତ୍ୟଜିତ ଖମାରୀ, ଶୁଭେନ୍ଦୁ ପଣ୍ଡା, ଅଜସ ଖମାରୀ, ଶ୍ରୀୟନ ଠାକୁରଙ୍କ ସମେତ ଗ୍ରାମର ଲକ୍ଷ୍ମୀ ପୂଜା କମିଟି ଓ ଗ୍ରାମବାସୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.