ବୁଢ଼ାଭଟା ଗ୍ରାମରେ ଅଖଣ୍ଡ ଷୋହଳ ପ୍ରହର ନାମଯଜ୍ଞ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ସରମୁହାନ ଗ୍ରାମ ପଞ୍ଚାୟତର ବୁଢ଼ାଭଟା ଗ୍ରାମଠାରେ ବହୁ ଆନନ୍ଦ ଉଲ୍ଲାସର ସହିତ ଅଖଣ୍ଡ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଦିନ ସନ୍ଧ୍ୟା ସମୟରେ ଶତାଧିକ ମହିଳାଙ୍କ ସହ ନାମ ସଂକୀର୍ତ୍ତନ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରି କଳସ ଶୋଭାଯାତ୍ରା ବାହାରିଥିଲା । ନିକଟରେ ଥିବା ଏକ ନଦୀରୁ ଗଙ୍ଗାଜଳ ଆଣି ମନ୍ଦିରରେ ସ୍ଥାପନ କରିଥିଲେ । ଗୁରୁବାର ଦିନ ସକାଳ ୯ଟା ସମୟରେ ମହାମନ୍ତ୍ର ଆରମ୍ଭ ହୋଇଥିଲା । ଏହି ନାମଯଜ୍ଞରେ ସର୍ବମୋଟ ସାତ ଗୋଟି ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ ।ଶନିବାର ଦିନ ସକାଳ ନଅଟା ସମୟରେ ପୂର୍ଣ୍ଣାହୂତି ହୋଇଥିଲା ।ପରେ ନଗର ପରିକ୍ରମା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ନଗର ପରିକ୍ରମା ମହାପ୍ରଭୁଙ୍କୁ ସମସ୍ତେ ବିଦାୟ ଦର୍ଶନ କରିଥିଲେ । ଏହି ଯଜ୍ଞ ଦେଖିବା ପାଇଁ ଆଖପାଖ ଗ୍ରାମରୁ ହଜାର ହଜାର ଶ୍ରଦ୍ଧାଳୁମାନଙ୍କର ଭିଡ ଦେଖିବାକୁ ମିଳିଥିଲା । ଭକ୍ତମାନଙ୍କ ପାଇଁ କମିଟି ପକ୍ଷରୁ ଅର୍ଣ୍ଣଛତ୍ରର ବ୍ୟବସ୍ଥା କରାଯାଇଥିଲା । ତା’ସହିତ ମିନାବଜାର ଏବଂ ବିଭିନ୍ନ ଖେଳଣାର ମଜା ନେଇଥିଲେ । ଏହି ନାମଯଜ୍ଞରେ ପୂଜକ ସୁରେନ୍ଦ୍ର ପାଢ଼ୀ ଓ ପିଣ୍ଟୁ ପାଢ଼ୀ ଉପସ୍ଥିତ ରହି କାର୍ଯ୍ୟକୁ ସମ୍ପାଦନା କରୁଥିଲେ । କର୍ତ୍ତା ଭାବରେ ବିଷ୍ଣୁ ବାଗ ଓ ତାଙ୍କର ଧର୍ମପତ୍ନୀ ପ୍ରତିମା ବାଗ ଥିଲେ । ଏହି ନାମଯଜ୍ଞରେ ବୁଢ଼ାଭଟା ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.