ବୁର୍ଡାରେ ୫୬ ପ୍ରହର ନାମଯଜ୍ଞ ଓ ସଂକୀର୍ତ୍ତନ ମହୋତ୍ସବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବୁର୍ଡା ଗ୍ରାମ ଗୌନ୍ତିଆପଡା ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀ ଆନୁକୂଲ୍ୟରେ ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ୫୬ ପ୍ରହର ନାମଯଜ୍ଞ ତଥା ସଂକୀର୍ତ୍ତନ ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି । ଏଥିରେ ବିଭିନ୍ନ ଗ୍ରାମାଞ୍ଚଳରୁ ୩୦ଟି ସଂକୀର୍ତ୍ତନ ଦଳ ଯୋଗ ଦେଇଥିଲେ । ପଣ୍ଡିତ ବିରଞ୍ଚି ମିଶ୍ର ପୂଜକ ଥିବା ବେଳେ ବିଭିନ୍ନ ଦିବସରେ ଗଦାଧର ଦାନୀ, ଅରକ୍ଷିତ ସାହୁ, ସଂଜୀବ ନେଗୀ, ଶେଷଦେବ ଦାନୀ, ଉଦୟ ନେଗୀ, ବଂଶୀଧର ସାହୁ, ସୁଦାମ ମହାକୁର ପ୍ରମୁଖ ସସ୍ତ୍ରୀକ ଯଜ୍ଞକର୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ଅବସରରେ ନଗର ସଂକୀର୍ତ୍ତନ ତଥା ଘୁର୍ଣ୍ଣାୟମାନ ପ୍ରହରୀ ମଣ୍ଡଳୀ ଦେଖିବା ପାଇଁ ଗ୍ରାମାଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପ୍ରତ୍ୟହ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନକ୍ଷେତ୍ରର ବ୍ୟବସ୍ଥା ହୋଇଥିବା ବେଳେ ଏଥିରେ ଇନ୍ଦ୍ରମଣି ବାରିକ, ବୃନ୍ଦାବନ ସାହୁ, ଯାଦବ ସାହୁ, ମହାଦେବ ମହାକୁର, କ୍ଷୀରୋଦ ସାହୁ, ସନ୍ତୋଷ ସାହୁ, ପ୍ରମୋଦ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ମିନାବଜାରରେ ଅର୍ଦ୍ଧରାତ୍ରୀ ପର୍ଯ୍ୟନ୍ତ ବ୍ୟାପକ ଗହଳି ଦେଖିବାକୁ ମିଳିଥିଲା । ସଂକୀର୍ତ୍ତନ ମହୋତ୍ସବ ଆୟୋଜକ କମିଟି ସଭପତି ଗୋପାଳ ସାହୁ, ସମ୍ପାଦକ ଓମ୍‌ପ୍ରକାଶ ସାହୁ ଓ କୋଷାଧ୍ୟକ୍ଷ ହୃଷିକେଶ ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମାପନ ହୋଇଥିଲା ।

Leave A Reply

Your email address will not be published.