ବରାହମାଲରେ ଶ୍ରୀରାମ ମଣ୍ଡପ ରତ୍ନ ମୁଦକ, ଶ୍ରୀରାମ ନବମୀର ୧୪ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୬ ପ୍ରହରୀ ନାମଯଜ୍ଞ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା ପଞ୍ଚାୟତ ସ୍ଥିତ ବରାହମାଲ ଗ୍ରାମରେ ଶ୍ରୀରାମ ମଣ୍ଡପ ରତ୍ନ ମୁଦକ ଓ ଶ୍ରୀରାମ ନବମୀର ୧୪ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୬ ପ୍ରହରୀ ନାମଯଜ୍ଞ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହାର ପ୍ରଥମ ଦିନ ଗୁରୁବାର ଶ୍ରୀରାମ ମଣ୍ଡପଠାରେ ରତ୍ନ ମୁଦକ ଦିଆଯିବା ପରେ ସନ୍ଧ୍ୟାରେ କଳସ ଶୋଭାଯାତ୍ରା ହୋଇଥିଲା । ଉକ୍ତ ପ୍ରହରୀରେ ପଣ୍ଡିତ ଗୋପାଳ ଚନ୍ଦ୍ର ପୂଜାରୀଙ୍କ ତତ୍ତ୍ୱାବଧାନରେ ପୂଜାର୍ଚ୍ଚନା ଚାଲିଥିବା ବେଳେ କର୍ତ୍ତା ଭାବରେ କଳାମଣି ବଗର୍ତ୍ତି ଓ ତାଙ୍କ ଧର୍ମପତ୍ନୀ ଅମରା ବଗର୍ତ୍ତି ପୂଜା ଦାୟିତ୍ୱ ତୁଲାଇଥିଲେ । ଏହି ପ୍ରହରୀ ଅବସରରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ସରପଞ୍ଚ ରାଜେନ୍ଦ୍ର ଯାନୀ ପ୍ରମୁଖ ଉପସ୍ଥିତ ପ୍ରଭୁଶ୍ରୀ ରାମଚନ୍ଦ୍ରଙ୍କ ଦର୍ଶନ କରିଥିଲେ । ଏଥିରେ ପଣ୍ଡିତ ସୁରେନ୍ଦ୍ର ପାଣିଗ୍ରାହୀ, ପ୍ରଭାତ ହୋତା, ସୁବାସ ବଗର୍ତ୍ତି, ଶିଶୁଦେବ ବଗର୍ତ୍ତି, ବୁଟା ସିଂ ବଗର୍ତ୍ତି, ନୂଆଧର ଥାପା, ଘନଶ୍ୟାମ ବଗର୍ତ୍ତି, ଲକ୍ଷ୍ମୀଧର ବଗର୍ତ୍ତି, ଦର୍ଶନ ବଗର୍ତ୍ତି, ସନ୍ତୋଷ ବଗର୍ତ୍ତି, ସରୋଜ ବଗର୍ତ୍ତି, ମିଶ୍ର ବଗର୍ତ୍ତି, ନିର୍ମଳ ବଗର୍ତ୍ତି, ସୁବିନ ଚନ୍ଦନ, ଚୈତନ୍ୟ ବାଗ, ପ୍ରଦ୍ୟୁମ୍ନ ବଗର୍ତ୍ତି, ଲଳିତ ବଗର୍ତ୍ତି, ବିନୋଦ ବଗର୍ତ୍ତି, ଧନୁ ବଗର୍ତ୍ତି, କନକ ବଗର୍ତ୍ତି, ଜିତେନ୍ଦ୍ରୀୟ ବଗର୍ତ୍ତି, ଯୁଧିଷ୍ଠିର ବଗର୍ତ୍ତି, ମଙ୍ଗଳ ସାଏ, ସହଦେବ ବଗର୍ତ୍ତି, ତରଣୀସେନ ବଗର୍ତ୍ତି ଓ ହୃଷିକେଶ ବଗର୍ତ୍ତିଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.