ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ପ୍ରଜା ନାଗଫେଣି ଗ୍ରାମରେ ଶ୍ରଦ୍ଧା ଓ ଭକ୍ତିର ସହ ଅଷ୍ଟପ୍ରହର ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି । ଗୁରୁବାର ଅପରାହ୍ନରେ ଶତାଧିକ ମହିଳା ଏକ ସୁସଜ୍ଜିତ ପଟୁଆରରେ ସ୍ଥାନୀୟ ଜୋରରୁ କଳସ ଯାତ୍ରାରେ ଯାଇ ପବିତ୍ର ଜଳ ଆଣି ଯଜ୍ଞ ସ୍ଥଳୀରେ ସ୍ଥାପନା ପୂର୍ବକ ଅଧିବାସ କର୍ମ ଆରମ୍ଭ କରାଯାଇଥିଲା । ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଅଷ୍ଟପ୍ରହର ନାମଯଜ୍ଞରେ ବିଷ୍ଣୁ କିଶୋର ଯୋଶୀ, ହିମାଦ୍ରୀ ମୁଣ୍ଡ, ଶିଶୁ ଦେବ ଠାକୁର, ସନ୍ତୋଷ କୁମାର ଠାକୁର, ଆର୍ତ୍ତତ୍ରାଣ ମୁଣ୍ଡ ପ୍ରମୁଖ ପୂଜନ ଦାୟିତ୍ଵ ନିର୍ବାହକାରୀ ଥିବା ବେଳେ ଗୌରଚନ୍ଦ୍ର ବଣୁଆ ଓ ଧର୍ମପତ୍ନୀ ଜୟ ମନି ବଣୁଆ କର୍ତ୍ତା ଭାବରେ ସଂକଳ୍ପ ନେଇଥିଲେ । ଶୁକ୍ରବାର ପ୍ରଭାତରୁ ଅଖଣ୍ଡ ନାମ କୀର୍ତ୍ତନ ଆରମ୍ଭ ହୋଇ ଶନିବାର ସକାଳୁ ନାମଯଜ୍ଞର ପୂର୍ଣ୍ଣାହୁତି ଦଧି ହାଣ୍ଡି ନଗର ପରିକ୍ରମା କରିଥିଲା । ସାମଗ୍ରିକ ଯଜ୍ଞ କର୍ମରେ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ମା’ ମଙ୍ଗଳା ଯୁବ ଅନୁଷ୍ଠାନ ଦ୍ଵାରା ଆୟୋଜିତ ଏହି ଦିବ୍ୟ କର୍ମରେ ଧନୀରାମ ବଣୁଆ, ଚନ୍ଦ୍ରମଣି ମାଝୀ, ବସନ୍ତ ମାଝୀ, ତୁଳା ରାମ ବଣୁଆ, ପରମାନନ୍ଦ ଧଙ୍ଗଡା ମାଝୀ, ଜୟଚନ୍ଦ୍ର ବଣୁଆ, ଯୋଗେନ୍ଦ୍ର ବଣୁଆ, ଅରୁଣ ଧଙ୍ଗଡା ମାଝୀ, କମଳା ବଣୁଆ, ପଦ୍ମ ବଣୁଆ, ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥଲେ । ଯଜ୍ଞ କର୍ମରେ ଆଠଟି ସଙ୍କୀର୍ତ୍ତନ ଦଳ ସାମିଲ ହୋଇଥିଲେ ।
Next Post