ମଦନପୁର କାଳୀପୀଠ ଠାରେ ଅଷ୍ଟ ପ୍ରହରୀ ନାମଯଜ୍ଞ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଦନପୁର ମା’ କାଳୀପୀଠ ଠାରେ କାମନା ଦଣ୍ଡ ପାଇଁ ବ୍ରତଧାରୀଙ୍କ ୧୩ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ରବିବାର ଅପରାହ୍ନରେ କଳସ ଓ ଅଧିବାସରୁ ଗତକାଲି ଦଧିଭାଣ୍ଡ ନଗର ଭ୍ରମଣ ସହ ପୂର୍ଣ୍ଣାହୁତି ହୋମରେ ସମାପ୍ତ ହୋଇଛି । ନାମଯଜ୍ଞ ଠାରେ ପୂଜକ ଅନିରୁଦ୍ଧ ପାଢ଼ୀ, ଜପକ ସୂର୍ଯ୍ୟମଣୀ ପଣ୍ଡା, ପାଚକ ହନୁମାନ ପାଢ଼ୀ ଓ ହରେକୃଷ୍ଣ ମିଶ୍ର, କର୍ତ୍ତା ଭାବେ ସାଧୁଚରଣ ବଗର୍ତ୍ତୀ ଓ ପତ୍ନୀ ବନିତା ବଗର୍ତ୍ତି ଥିବା ବେଳେ ଷଡସଖା ଭାବେ ଦୁର୍ଯ୍ୟୋଧନ ବିଶି, ଧୂବା ଭୋଇ, କୁର୍ତ୍ତୀ ବଣୁଆଁ, ଦାମ ରଣା, ଗୋବର୍ଦ୍ଧନ ବଗର୍ତ୍ତୀ ଓ କୃଷ୍ଣଚନ୍ଦ୍ର ବେହେରା ଥିଲେ । ଅବୁଜବାହାଲ, ବୋରିଘାଟ ଓ ସାଲେପାଲି (ଝିଅ ଦଳ) ମଦନପୁର, ବାଲସିଙ୍ଗା, ବାଗଲାବନ୍ଧ ଓ ମୋହନଗିରିରୁ (ପୁରୁଷ ଦଳ) କିର୍ତ୍ତନ୍ୟ ମଣ୍ଡଳୀ ଯୋଗଦାନ କରିଥିଲେ । କାଳୀପୂଜା କମିଟି ସଭାପତି ରାଜେଶ ଧଙ୍ଗଡ଼ା ମାଝୀ, କାଳୀ ପୂଜକ ସଦାନନ୍ଦ ବଗର୍ତ୍ତୀ ଓ ଅଷ୍ଟ ପ୍ରହାରୀ ନାମଯଜ୍ଞ କମିଟିର ସମସ୍ତେ ଅର୍ଣ୍ଣଛତ୍ର, ଜଳଛତ୍ର, ଶାନ୍ତି ଶୃଙ୍ଖଳା ଓ ପୂଜାର୍ଚନାରେ ସାହାଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.