ରିକାପଲ୍ଲୀ ରେଡ୍ଡୀ ସାହିରେ ନାଳ ନିର୍ମାଣ ନେଇ ଗୋଷ୍ଠୀକନ୍ଦଳ

  • ଦୁର୍ଗନ୍ଧମୟ ପରିବେଶ ଯୋଗୁଁ ସାହିବାସୀ ଅତିଷ୍ଠ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଏନ୍‌ଏସି ୧୨ନଂ ୱାର୍ଡର ରିକାପଲ୍ଲୀ ରେଡ୍ଡୀ ସାହିରେ ନାଳ ନିର୍ମାଣ ହେବାରେ ବିଳମ୍ବ ହେଉଛି, ନାଳ ନିର୍ମାଣ ନେଇ ଗୋଷ୍ଠୀକନ୍ଦଳ ଉପୁଜିଛି । କେବଳ ଜଣେ ଦୁଇଜଣ ଖଳ ପ୍ରକୃତିର ଲୋକ ନାଳ ନିର୍ମାଣ ସ୍ଥାନଟିକୁ ଅକ୍ତିଆର କରି ନାଳ ତିଆରିରେ ପ୍ରତିବନ୍ଧକ କରିଆସିଛନ୍ତି । ଏଦିଗରେ ସ୍ଥାନୀୟ ପ୍ରଶାସନ ତଥା ତହସିଲଦାର, ସବ୍-କଲେକ୍ଟର ଘଟଣାସ୍ଥଳରେ ପହଞ୍ଚି ଜବରଦଖଲକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ମତ ପ୍ରକାଶ ପାିଛି । ସ୍ଥାନୀୟ ପ୍ରଶାସନ ଓ ସଦଳବଳେ ଉପସ୍ଥିତରେ ଯାନ୍ତ୍ରିକ ପ୍ରୟୋଗ କରି ଜବର ଦଖଲକାରୀଙ୍କ ଦାଣ୍ଡ ପାହାଚ ଭାଙ୍ଗିବା କଥା । ଏଥିରେ କାହିଁକି ସ୍ଥାନୀୟ ପ୍ରଶାସନ ହସ୍ତକ୍ଷେପ କଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଏଣେ ସ୍ଥାନୀୟ ପ୍ରଶାସନର ଏଭଳି ନୀରବତା ଯୋଗୁଁ ପ୍ରାୟତଃ ୯ମାସ ହେଲା ନାଳ ତିଆରି ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି । ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ଏଦିଗରେ ଧ୍ୟାନ ଦେଇ ଦୃଢ଼ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.