
ବାଉଁଶୁଣୀ : ଗାଁ ନାଳରେ ବୁଡ଼ି ୬୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ । ଏଭଳି ଅଘଟଣ ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଟିର୍ଚିପଡ଼ା ଗାଁରେ । ବୁଧବାର ଶୌଚ ହେବାକୁ ବୃଦ୍ଧା ସବତା ଝାଙ୍କର ଗାଁ ନିକଟସ୍ଥ ନାଳକୁ ଯାଇଥିଲେ । ଦୁଇ ଘଣ୍ଟା ପରେ ବି ଘରକୁ ନଫେରିବାରୁ ପରିବାର ଲୋକେ ସନ୍ଦେହ କରି ନାଳ ନିକଟକୁ ଯାଇଥିଲେ । ସେଠାରେ ଖୋଜାଖୋଜି କରିବା ପରେ ସବିତା ନାଳ ପାଣିରେ ବୁଡ଼ି ରହିଥିବା ଦେଖି ଉଦ୍ଧାର କରିଥିଲେ । ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସବତା ଝାଙ୍କରଙ୍କ ମୃତ୍ୟୁ ପରେ ପରିବାରରେ ଶୋକଛାୟା ଖେଳିଯାଇଛି । ନାଳରେ କମ୍ ପାଣି ଥିବାପଥରରେ ସତ୍ୱେ ଗୋଡ଼ ଖସିଯିବା କିମ୍ବା ଅନ୍ୟ କୌଣସି କାରଣରୁ ପଡ଼ିଯାଇ ମୃତ୍ୟୁ ହୋଇଛି ପରିବାର ଲୋକେ ସନ୍ଦେହ କରୁଛନ୍ତି । ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।