ନକଲି ନୋଟ୍ କାରବାରରେ ୧ ଗିରଫ୍‌ : ୧୦୦ଖଣ୍ଡ ୨୦୦ଟଙ୍କିଆ ନକଲି ନୋଟ ସହ ମୋବାଇଲ୍ ଜବତ

ମ.ରାମପୁର, (ହେମନ୍ତ ସାହୁ) : ନକଲି ନୋଟ୍ କାରବାର କରୁଥିବା ବେଳେ ରିଷିଡା ଗାଁରେ ଏମ୍ ରାମପୁର ଥାନା ପୋଲିସ ଜଣକୁ ଗିରଫ କରିବା ସହ ତା’ଠାରୁ ୧୦୦ଖଣ୍ଡ ୨୦୦ଟଙ୍କିଆ ନକଲି ନୋଟ ସହ ସେ ବ୍ୟବହାର କରୁଥିବା ଏକ ମୋବାଇଲ ଜବତ କରିଛି । ସମୁଦାୟ ୨୦ହଜାର ଟଙ୍କା ଜବତ ହୋଇଛି । ଗିରଫ ଜଣକ ହେଲେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର କୁନ୍ଦେଇପାଲି ଗାଁର ବିରେନ୍ଦ୍ର ସୁନା । ସୂଚନା ଅନୁସାରେ ବିରେନ୍ଦ୍ର ଗତକାଲି ସନ୍ଧ୍ୟା ସମୟରେ ରିଷିଡା ଗାଁର ମେଡିକାଲ ନିକଟରେ ଏକ କଳା ରଙ୍ଗର ପଲିଥିନରେ ନକଲି ନୋଟ ରଖି ଠିଆ ହୋଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ତା’ ପାଖରେ ପହଞ୍ଚିଥିଲା । ପରେ ତା’ଠାରୁ ୨୦୦ଟଙ୍କିଆ ନକଲି ନୋଟ ୧୦୦ଖଣ୍ଡ ଓ ସେ ବ୍ୟବହାର କରୁଥିବା ଏକ ମୋବାଇଲକୁ ଜବତ କରିବା ସହ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କେସିଙ୍ଗା ଏସ୍‌ଡିପିଓ ରୋହିତ ବର୍ମା ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, ଏସ୍‌ଆଇ ଶ୍ରୀରାଜ ପାଢ଼ୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.