୨ ନକଲି ମାଓବାଦୀ ଗିରଫ

କଳାହାଣ୍ଡି, (ପି.କେ. ସାହୁ) : ୨ ନକଲି ମାଓବାଦୀ ଗିରଫ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ବିଭିନ୍ନ ବ୍ୟବସାୟୀ ତଥା ଠିକାଦାର ମାନଙ୍କୁ ମାଓବାଦୀ ନାମରେ ପଇସା ମାଗୁଥିବା ଅଭିଯୋଗରେ ୨ଜଣଙ୍କୁ ପୋଲିସ ଗିରଫ କରିଛି । ଏ ନେଇ କଳାହାଣ୍ଡି ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଉକ୍ତ ଦୁଇଜଣ ବିଭିନ୍ନ ଲୋକଙ୍କ ଠାରୁ ପ୍ରାୟ ଏକ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ନେଇଥିବା ସୂଚନା ମିଳିଛି । ଉକ୍ତ ଦୁଇଜଣଙ୍କ ନା ବିଭିନ୍ନ ଥାନାରେ ପ୍ରାୟ ୫ଟି ରୁ ଅଧିକ ମାମଲା ରୁଜ୍ଜୁ ହୋଇଥିଲା । ସେମାନଙ୍କ ପାଖରୁ ୩ଟି ମୋବାଇଲ ଫୋନ, ଏକ ଲକ୍ଷ ନଗଦ ଟଙ୍କା, ଏକ ବାଇକ ପୋଲିସ ଜବତ କରିଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.