oum

ମାଓ ଶିବିରରୁ ଜବତ ହେଲା ନକଲି ଟଙ୍କା ସହ ନୋଟ୍ ତିଆରି ମେସିନ୍

jsm

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା । ପ୍ରତିଦିନ ଭଳି ସୁକମା ଜିଲ୍ଲା ପୁଲିସ, ଡ଼ିଆର୍‌ଜି ଯବାନ କୋରାଜଗୁଡା ଜଙ୍ଗଲରେ କୁମ୍ବିଂ କରୁଥିବା ବେଳେ ମାଓ ଡ଼ମ୍ପ ଉଦ୍ଧାର କରାଯାଇଥିଲା । ଡ଼ମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିବା ସହ ପୁଲିସ ପ୍ରଥମ କରି ଟଙ୍କା ଛାପିବା ମେସିନକୁ ଉଦ୍ଧାର କରିଛି । ଏହି ମେସିନରେ ୫୦’,୧୦୦,୨୦୦,୫୦୦ ଟଙ୍କାର ନକଲି ନୋଟ ମିଳିଛି । ଏଥିରୁ ଜଣାପଡିଛି ଯେ ନକ୍ସଲ ଟଙ୍କା ସଂଗ୍ରହ କରିବାରେ ବିଫଳ ହେବା ପରେ ନକଲି ନୋଟ ଛାପିବା ମେସିନ ତିଆରି କରି ନୋଟ ଛାପୁଥିଲେ । ପୁଲିସର ଏହି ବଡ଼ ଖୁଲାସା ପରେ ନକ୍ସଲଙ୍କ ଭିତରି କଥା ସବୁ ପଦାକୁ ଆସିଲା ।

Leave A Reply

Your email address will not be published.