jayashree

ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରୁ ଦୁଇ ନକଲି ଇଡି ଅଫିସର୍ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୁଇ ଭାଇ ନକଲି ଅଫିସର ପରିଚୟ ଦେଇ ଜେଲ୍ ଯାଇଛନ୍ତି । ସେମାନେ ହେଲେ ତାରିଣୀସେନ ମହାପାତ୍ର (୩୦ବର୍ଷ) ଓ ବ୍ରହ୍ମାଶଙ୍କର ମହାପାତ୍ର (୨୭ବର୍ଷ) ପିତା : ପ୍ରଫୁଲ୍ଲ କୁମାର ମହାପାତ୍ର ଦୋଳମଣ୍ଡପ ସାହି, ଥାନା : ଢେଙ୍କାନାଳ ଟାଉନ ବୋଲି ଜଣାଯାଇଛି । ସେମାନେ ନିଜେ ଇଡି ବିଭାଗର ଜଣେ ଅଫିସର ବୋଲି କହି ଠକିବା ତଥା ପଇସା ଆଦାୟ କରିବା, ଧମକ ଦେବା ଆଦି ଦଫାରେ ଏସ୍ଟିଏଫ୍‌ କ୍ରାଇମବ୍ରାଞ୍ଚ ତରଫରୁ ଭାରତୀୟ ପିଙ୍ଗଳ ଧାରା ୪୧୯/୪୨୦/୩୮୪/୩୮୮/୪୬୭/୪୭୧/୫୦୬/୧୨୦ଖରେ ଛତ୍ରପୁର ସ୍ଥିତ ଏସ୍‌ଡ଼ିଜେଏମ୍‌ କୋର୍ଟ ଚାଲାଣ କରାଯାଇଛି । ଏତଲାକାରୀ ହେଉଛନ୍ତି, ଦେବଦତ୍ତ ମହାନ୍ତ, ଛତ୍ରପୁର ଉପ-ଜିଲ୍ଲାପାଳ, ଜିଲ୍ଲା ସଦର ମହକୁମା ଗଞ୍ଜାମଙ୍କୁ ଉପରୋକ୍ତ ଦୁଇ ଭାଇ ନିଜକୁ ନକଲି ଇଡି ଅଫିସର ଅତିରିକ୍ତ ନିର୍ଦ୍ଦେଶକ ସଂଜୟ ମିଶ୍ର ପରିଚୟ ଦେଇ ଗତ ତା ୧୧-୦୩-୨୦୨୪ରିଖ ଦିନ ଫୋନ କରି ଆସୁଥିଲେ । ତାଙ୍କ ବିରୋଧରେ ମୟୁରଭଞ୍ଜରେ ଏକ ଲାଞ୍ଚ କାରବାର ମାମଲା ମଧ୍ୟ ରହିଛି ଓ ତାକୁ ଯଥାଶୀଘ୍ର ରଫା ଦଫା କରିଦିଅନ୍ତୁ କହି ଏକ ଧମକ ଆସିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ବିଭାଗର ସଂଯୁକ୍ତ ସଚିବଙ୍କ ସହ କଥା ହୋଇ ମାମଲା ରଫାଦଫା କରିବା ପାଇଁ ଥରକୁ ୫ ଥର ଫୋନ କରି ଚାପ ପ୍ରୟୋଗ କରାଯାଇଥିଲା । କିନ୍ତୁ ଏତଲାକାରୀ ଏହାକୁ ତିଳେ ହେଁ ଧ୍ୟାନ ନଦେଇ ଏକ ମାମଲା ରୁଜୁ କରିଥିଲେ, ଯାହାକି ଏସ୍ଟିଏଫ୍‌ କ୍ରାଇମବ୍ରାଞ୍ଚରେ ୧୫-୦୩-୨୦୨୪ରେ ରୁଜୁ ହୋଇଥିଲା । ପରେ କ୍ରାଇମବ୍ରାଞ୍ଚ ଏହି ମାମଲାର ଯାଞ୍ଚ ଆରମ୍ଭ କରିବା ପରେ ଜଣା ପଡିଥିଲା ଯେ, ଏହି ଦୁଇ ଭାଇ ଏ ଭଳି ଭିନ୍ନ ପରିଚୟ ଦେଇ ବହୁତ ସରକାରୀ ଅଫିସର, କିରାଣୀ ପ୍ରମୁଖଙ୍କୁ ଠକି ଆସୁଛନ୍ତି ବୋଲି ଜଣାଯାଇଛି । ପରେ ସେମାନଙ୍କ ବ୍ୟାଙ୍କ ତଥ୍ୟରୁ ସୂଚନା ମିଳିଲା ଯେ, ସେମାନେ ୧୬ଲକ୍ଷ ଟଙ୍କା ଏ ବାବଦରେ ସମସ୍ତଙ୍କଠାରୁ ଆଦାୟ କରିଛନ୍ତି । ଏସ୍ଟିଏଫ୍‌ କ୍ରାଇମବ୍ରାଞ୍ଚ ତରଫରୁ ଉପରୋକ୍ତ ଆସାମୀ ଦ୍ୱୟଙ୍କୁ ବିଭିନ୍ନ ସଙ୍ଗିନ ଦଫାରେ କୋର୍ଟ ଚାଲାଣ କରାଯାଇଥିଲା । କିନ୍ତୁ ମୁଦଲାଙ୍କ ତରଫରୁ କୌଣସି ଓକିଲ ନଥିବାରୁ କେହି ଜାମିନ ଆବେଦନ କରିନଥିଲେ ବୋଲି କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କଠାରୁ ପ୍ରକାଶ । ତେଣୁ ବର୍ତ୍ତମାନ ସେ ଦୁହେଁଙ୍କୁ ଛତ୍ରପୁର ସବ୍-ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା ।

Leave A Reply

Your email address will not be published.