ସମ୍ଵଲପୁର ବିଶ୍ଵବିଦ୍ୟାଳୟର ନାକ୍ କମିଟି ସଦସ୍ୟ ଭାବରେ ଅଧ୍ୟାପକ ଟେକଚାନ୍ଦ ଦୁଆନ ମନୋନୀତ

ସମ୍ବଲପୁର : ସମ୍ଵଲପୁର ବିଶ୍ଵବିଦ୍ୟାଳୟର ନାକ୍ କମିଟି ସଦସ୍ୟ ଭାବରେ ଅଧ୍ୟାପକ ଟେକଚାନ୍ଦ ଦୁଆନ କୁଳପତିଙ୍କ ଦ୍ଵାରା ମନୋନୀତ ହୋଇଛନ୍ତି । ସେ ପୂର୍ବରୁ ମଧ୍ୟ ଜାତୀୟ ସେବା ଯୋଜନା ପରାମର୍ଶ ଦାତା କମିଟି ଓ ରେଗିଂ ନିୟନ୍ତ୍ରଣ କମିଟିର ସଦସ୍ୟ ରହିଥିଲେ । ସୋହେଲା ମହାବିଦ୍ୟାଳୟର ପ୍ରାରମ୍ଭିକ କାଳରେ ଅଧ୍ୟକ୍ଷ ଭାବରେ ରହି କଲେଜକୁ ଏକ ଆଦର୍ଶ ଅନୁଷ୍ଠାନ ଭାବରେ ଗଢିବାରେ ତାଙ୍କର ବିଶେଷ ଯୋଗଦାନ ରହିଛି । ସେ ଜଣେ ବିଶିଷ୍ଟ ଶିକ୍ଷାବିତ୍‌ ତଥା ଉଚ୍ଚକୋଟୀର ବକ୍ତା ଭାବରେ ସୁନାମ ଅର୍ଜନ କରିଛନ୍ତି । ତାଙ୍କର ଏ ନୂତନ ଦାୟିତ୍ୱ ପାଇଁ ବହୁ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.