ବାଲିଗୁଡା ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିଲ୍ ହେଲା ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ : ୨୪ ଘଣ୍ଟିଆ ସୁରକ୍ଷା ସହ ନଜର ରଖିବ ସିସି ଟିଭି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ସୋମବାର ଦିନ ସମାପନ ହୋଇଛି । ଏହି ପରିପ୍ରେକ୍ଷୀରେ ଇଭିଏମ୍‌ ମେସିନ୍‌ରେ ବାଲିଗୁଡାର ୫ ଜଣ ଓ ଜି. ଉଦୟଗିରିର ୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ଅନ୍ତର୍ଗତ ୪ଟି ବ୍ଲକ ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ ଓ କ. ନୂଆଗାଁ ବ୍ଲକ ସମେତ ବାଲିଗୁଡା ଏନ୍‌ଏସିରେ ହୋଇଥିବା ନିର୍ବାଚନର ଇଭିଏମ୍‌ ବକ୍ସ ଗୁଡିକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମ୍‌ରେ କଡା ସୁରକ୍ଷା ବଳୟରେ ମେସିନ୍‌ ଗୁଡିକ ରଖାଯାଇଛି । ସେହିଭଳି ଜି. ଉଦୟଗିରି ବିଧାନସଭା ଅନ୍ତର୍ଗତ ୪ଟି ବ୍ଲକ ଜି. ଉଦୟଗିରି, ରାଇକିଆ, ଟିକାବାଲି, ଦାରିଙ୍ଗବାଡି ଓ ଜି. ଉଦୟଗିରି ଏନ୍‌ଏସି ଅଞ୍ଚଳରେ ହୋଇଥିବା ନିର୍ବାଚନର ଇଭିଏମ୍‌ ବକ୍ସ ଗୁଡିକ ମଧ୍ୟ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମ୍‌ରେ କଡା ସୁରକ୍ଷାରେ ମେସିନ୍‌ ଗୁଡିକ ରଖାଯାଇଛି । ଏହି ଦୁଇଟି ନିର୍ବାଚନ ମଣ୍ଡଳୀର ସ୍ପଷ୍ଟ ଫଳାଫଳ ଜୁନ ୪ରେ ଗଣତି ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.