centurian jitm

ସଇଁତଲା ବ୍ଲକର ୨୨ରୁ ୨୧ ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚିତ : କୋରମ ଅଭାବରୁ ବେଲଗାଁରେ ନିର୍ବାଚନ ବାତିଲ

nschool

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ୨୨ ଗୋଟି ପଞ୍ଚାୟତରେ ଗତ ୧୦ ତାରିଖ ଦିନ ନାଏକ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ତନ୍ମଧ୍ୟରୁ ବେଲଗାଁ ପଞ୍ଚାୟତରେ କୋରମ ଅଭାବ ପରିଲକ୍ଷିତ ହୋଇଥିବାରୁ ନିର୍ବାଚନ ବାତିଲ କରାଯାଇଥିଲା । ଏପରିକି କରମତଲା ଓ ଡୁଙ୍ଗୁରିପାଲି ପଞ୍ଚାୟତଗୁଡିକରେ ନିର୍ବାଚନ ପ୍ରକ୍ରିୟାରେ ଉତ୍ତେଜନା ଦେଖାଯାଇଥିଲା । ଫଳରେ ସଇଁତଲା ଆଇଆଇସି ଅବନୀ ସାହୁଙ୍କ ତତ୍ତ୍ୱବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନରେ ନିର୍ବାଚନ କାର୍ଯ୍ୟ ହୋଇଥିଲା । ଏଥିରେ ଶିଶକେଲା ପଞ୍ଚାୟତର ନାଏବ ସରପଞ୍ଚ ପାଇଁ ସରୋଜ ନାଗ, ଘୁନସରରେ ଦେବରାଜ ପ୍ରଧାନ, ଭଦ୍ରାରେ ଖୁଲଣା ରଣା, ଡୁଙ୍ଗୁରିପାଲିରେ ପଙ୍କଜିନୀ ସାହୁ, ଧରବଗଡ଼ରେ ଦିଲୀପ ଠାକୁର, ଡେଙ୍ଗରେ ଶଶୀକାନ୍ତ ପ୍ରଧାନ, ଆମ୍ବପାଲିରେ ହିରାବତୀ ବାଗ, ଝିଙ୍କିଡୁଙ୍ଗୁରିରେ ବଂଶୀଧର ସୁନାନୀ, କୁମ୍ଭାରୀରେ ସୋଭାଗ୍ୟ ରଞ୍ଜନ ବଗର୍ତି, କୁଇକେଡ଼ାରେ ବନ୍ଦୀତା ପଟେଲ, ଗଣ୍ଡପତ୍ରାପାଲିରେ ସଂଯୁକ୍ତା ତାଣ୍ଡି, ଟିକ୍ରାପଡାରେ ତପସ୍ୟା ନାଗ, କଅଁସରରେ ବିନତି ସାହୁ, ତାଲବାହାଲରେ ସରିତା ହରପାଳ, ଜ୍ରୁାବନ୍ଦରେ ସିନ୍ଦେସ୍ୱର ତାଣ୍ଡି, ବିବିନାରେ ସୁବନତି ବାରିକ, ବୁଢ଼ାବାହାଲରେ ବିନୟ ସେଲମା, କାନ୍ଦକେଲଗାରେ ସହଦେବ ସାହୁ, କରମତଲାରେ ବେଣୁଧର ରଣା ଓ ସଇଁତଲାରେ ନିରୁପମା ମାଝୀ ନିର୍ବାଚିତ ହୋଇଛନ୍ତି ବୋଲି ସଇଁତଲା ନିର୍ବାଚନ ଅଧିକାରୀ ଚନ୍ଦ୍ରମଣି ନାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.