୩ ଫୁଟର ନାଗସାପ ଉଦ୍ଧାର କଲେ ବିଶ୍ଵଜିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭନ୍ଦ୍ରା ଗ୍ରାମର ଲଛମନ ଛତ୍ରିଆଙ୍କ ଘରେ ନାଗସାପ ରହି ଥିବା ଦେଖିବାକୁ ପାଇଥିଲେ । ପରେ ସାପ ଧରାଳି ବିଶ୍ଵଜିତ ତାଣ୍ଡିଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ବିଶ୍ଵଜିତ ପହଞ୍ଚି ୩ ଫୁଟର ନାଗସାପକୁ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇଥିବା ବେଳେ ସାପ ଧରିବା ପାଇଁ ୯୩୪୮୧୩୩୯୧୧ ନମ୍ବର ଯୋଗାଯୋଗ କରିବା ପାଇଁ ମଧ୍ୟ କହିଛନ୍ତି । ସେ ଆଗରେ ଅନକେ ସାପକୁ ଧରି ଜଙ୍ଗଲରେ ମଧ୍ୟ ଛାଡି ଦେଇଛନ୍ତି ।

Leave A Reply

Your email address will not be published.